Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Inspirational

3  

Prasanna Kumar Madala

Inspirational

ଗଣତନ୍ତ୍ର

ଗଣତନ୍ତ୍ର

2 mins
223



ଜାନୁଆରୀ ମାସ     ଛବିଶରେ ଆସ

ଭାବେ ପବିତ୍ରତା ଭରି

ଗଢିବା ପ୍ରକଳ୍ପ       ନୂତନ ସଂକଳ୍ପ

ଗଣତନ୍ତ୍ର ନାମେ କରି ।


ସଂଗ୍ରାମୀଙ୍କ କୃତି     ପାଇଁ ଚିତ୍ତ ବୃତ୍ତି

ନିବେଶି ଗାଇବା ଗୁଣ

ପଥେ ଥାଉଁ ରୋଧ   କାହୁଁ ପରିଶୋଧ

ହେବ ପୂର୍ବଜଙ୍କ ଋଣ ?


ଦେଶର ପ୍ରଧାନ     କରିବେ ପ୍ରଦାନ

ଉଦ୍ଘୋଷ ଅଭିବାଦନ

ତାଙ୍କ ବାର୍ତ୍ତା ଶୁଣି    ତ୍ୟାଗ ନିଷ୍ଠା ପୁଣି

କରିବା ପ୍ରତିପାଦନ ।


ସୁରକ୍ଷା ନିଦାନ     ସୈନ୍ୟ ବଳିଦାନ

ବୀରତ୍ୱର ମହାମନ୍ତ୍ର

ସଭିଙ୍କ ଉଦ୍ଦେଶ୍ୟେ  ଶୁଣାଇବେ ଦେଶେ

ବିଶାଳ ଏ' ଲୋକତନ୍ତ୍ର ।


ଯେଉଁ ସମ୍ବିଧାନ      ରଖିଛି ବିଧାନ

ସୁଶାସନ ସଞ୍ଚାଳନେ

ବିଶ୍ୱ ପରିଚୟ       ଅର୍ଜିବା ନିଶ୍ଚୟ

ସମତାର ପ୍ରସାରଣେ ।


ଯେଉଁ ଦେଶବାସୀ    ଅଛନ୍ତି ପ୍ରବାସୀ

ବିଦେଶେ ବଢାଇ ଖ୍ୟାତି

ତାଙ୍କ ଦ୍ୱାରା ମଧ୍ୟ   ସଂସାଧନେ ସଦ୍ୟ

ମହତ୍ତ୍ୱାକାଂକ୍ଷୀ ଏ' ଜାତି ।


ଆମେ ସନାତନ      ଅତି ପୁରାତନ

ସଂସ୍କୃତି ଗରିମାମୟ 

ରଖିଛୁ ଚିତ୍ତରେ      ଜଗତ ହିତରେ

ଶାନ୍ତି ମୈତ୍ରୀ ପ୍ରତି ଲୟ ।


ଦେଖି ପ୍ରତିପତ୍ତି     ଆଣିଲେ ବିପତ୍ତି

ବିଦେଶୀ ବଣିକ ଦଳ

ମୋଗଲ ଶାସକ     ଆତ୍ମ ବିନାଶକ 

ସାଜିଲେ ନବୁଝି ଛଳ ।


ପ୍ରଲୋଭନ ମଦେ    ଭବିଷ୍ୟ ସମ୍ବନ୍ଧେ

ଚିନ୍ତା ବି ନଥିଲା ଲେଶ

ତାହାରି ପ୍ରଭାବେ    ଏକତା ଅଭାବେ

ପରାଧୀନ ହେଲା ଦେଶ ।


ଗୃହଶତ୍ରୁ ଆମ    ଦେଶଦ୍ରୋହୀ କାମ

ସକାଶେ ପ୍ରପଞ୍ଚ କଲେ

ଫିରିଙ୍ଗି ଶାସନେ     ବର୍ବର ତ୍ରାସନେ

ସଂଗ୍ରାମୀ ସନ୍ତାନ ମଲେ ।


ପ୍ରାନ୍ତୀୟ ଭିନ୍ନତା     ଭୁଲି ସ୍ୱାଧୀନତା

ହାସଲ କରିବା ଲାଗି

ଗ୍ରାମ ଅବା ପୁରେ  ରାଷ୍ଟ୍ର-ପ୍ରେମାତୁରେ

ସମସ୍ତେ ଉଠିଲେ ଜାଗି ।


ବିଭିନ୍ନ ଜାଗାରେ   ରୁଦ୍ଧ କାରାଗାରେ

ସହିଲେ ଲାଞ୍ଛନା ପ୍ରାସ

ଇଂରେଜ ବିରୁଦ୍ଧେ   ସତ୍ୟାଗ୍ରହ ଯୁଦ୍ଧେ

ଆନ୍ଦୋଳନେ ଦେଲେ ଝାସ ।


ପ୍ରାୟ ଶହେ ବର୍ଷ    ଚାଲିଲା ସଂଘର୍ଷ

ହିଂସା ବା ଅହିଂସା ପଥେ

ଜୀବନ ଉତ୍ସର୍ଗ     କଲେ ପ୍ରତି ବର୍ଗ

ଜନ୍ମଭୂମି ରକ୍ଷା ଅର୍ଥେ ।


କୌଶଳେ ଶିକାରୀ  ସାଜି କ୍ରାନ୍ତିକାରୀ

ରଚୁଥିଲେ ଷଡଯନ୍ତ୍ର 

ଅତ୍ୟନ୍ତ ଅନିଷ୍ଟ     କାରଣେ ଅତିଷ୍ଠ

ହୋଇଲା ଇଂରେଜ ତନ୍ତ୍ର ।


ଏ' ଦେଶର ଲୋକ ଭୁଲି ଭୋକଶୋକ

ମାତିଗଲେ ଏକ ଲକ୍ଷ୍ୟେ

ହେଲା ଅତିଶୟ     ଚିନ୍ତାର ବିଷୟ

ବ୍ରିଟିଶମାନଙ୍କ ପକ୍ଷେ ।


ଧର୍ମ ନିର୍ବିଶେଷେ  ସମସ୍ତେ ଏ' ଦେଶେ

ଦେଇ ସ୍ୱାର୍ଥ ଜଳାଞ୍ଜଳି

ଆଣିଲେ ସ୍ବରାଜ    ତାଙ୍କ ପାଇଁ ଆଜ

ସ୍ୱଚ୍ଛନ୍ଦେ ପାରୁଛୁ ଚଳି ।


ରାତି ଯାଏ ପାହି   ସୀମାନ୍ତେ ସିପାହୀ

ଉଜାଗର ଯେଣୁ ରହେ

ଯୋଦ୍ଧା ଅବତାର    ଜାତିଧର୍ମ ତା'ର

ଭାରତୀୟ ବୋଲି କହେ ।


ହିନ୍ଦୁ ଅଣହିନ୍ଦୁ       ଢାଳି ରକ୍ତବିନ୍ଦୁ

ଦେଲେ ଯେଉଁ ପରିଚୟ

ଏବେ ବଂଶଧର      ସାଜି ସୂତ୍ରଧର

କରିଲେଣି ଅଭିନୟ ।


ଯେଉଁ ମହାଭାଗ     କଳଙ୍କର ଦାଗ

ବୋଳିଲେ ସୁପୁତ୍ର ନାମେ

ତାଙ୍କ ସମ୍ଭାଷଣ      ଶୁଣି ମଞ୍ଚାସନ

ସମର୍ପି ଦେଇଛୁ ଆମେ ।


ଅପରାଧେ ଲିପ୍ତ     ନେତାଏ ଭ୍ରମିତ

ରହିଥାନ୍ତି ସଦାବେଳେ

ତେଣୁ ଭେଦଭାବ    ସୃଜନେ ସ୍ୱଭାବ

ପ୍ରବର୍ତ୍ତାଏ ଅବହେଳେ ।


ଧିଟ ଶତଧିକ       ସଭ୍ୟ ନାଗରିକ

ଧର୍ମ ନାମେ ସାଜେ ଅନ୍ଧ

ନିଜ ମଧ୍ୟେ ଯୁଝି      ଯାଉଅଛି ସୃଜି

ଦେଶ ପାଇଁ ପ୍ରତିବନ୍ଧ ।


ପ୍ରବଞ୍ଚନା ଚାପେ   ପରେ ପଶ୍ଚାତାପେ

ମରିଲେ ବି ଝୁରି ଝୁରି

ନଥିବ ସୌହାର୍ଦ୍ଦ୍ୟ    ମାନିବାକୁ ବାଧ୍ୟ

ତଣ୍ଟି କାଟେ ଅଣ୍ଟି-ଛୁରୀ ।


ଛାଡ଼ ଜାତିବାଦ    କ୍ଷେତ୍ରୀୟ ବିବାଦ

ନବଢୁ ଆତଙ୍କୀ ବେଶେ

ନିଷ୍ଠାର ସହିତ       ପରସ୍ପର ହିତ

ଚିନ୍ତା କର ପରିଶେଷେ ।


ଆଜିର ଦିବସେ     ନରହି ବିବଶେ

ଦେଶବ୍ୟାପୀ ଜନଗଣ

ଜାତିର ଉପ୍ରୋଧ    ସମୂଳ ସମ୍ବୋଧ

ନିମନ୍ତେ କରିବା ପଣ ।




Rate this content
Log in

Similar oriya poem from Inspirational