ଗଣତନ୍ତ୍ର
ଗଣତନ୍ତ୍ର
ୱାର୍ଡ ନମ୍ବର ଆଠ
ଉତ୍ତେଜନା ପ୍ରବଣ
ପୋଲିସ ଛାଉଣୀ
ଭୋଟ ଚାଲିଛି
ବୃଦ୍ଧ ଭୋଟ୍ ଦେବାକୁ ଆସିଲେ
ପଚାରିଲେ ପୋଲିଂ ପାଟିକୁ
ମୋର ପତ୍ନୀ ଭୋଟ୍ ଦେଇଗଲେଣି
ତାଙ୍କ ନାମ କଣ?
ସତ୍ୟଭାମା ବଳିୟାରସିଂହ
ହଁ, ସେ ତ ଦେଇଗଲେଣି
ଟିକେ ଆଗରୁ ଆସିଥିଲେ
ଦେଖାହୋଇଥାନ୍ତା
ଆପଙ୍କ ସ୍ତ୍ରୀ କଣ ଭିନେ?
ହଁ ସାତବର୍ଷ ଧରି
ଆରପାରିକୁ ଗଲାଣି
ହେଲେ ଭୋଟ ଦେବାକୁ ଆସନ୍ତି !!!
