Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅଜୟ କୁମାର ବେହେରା

Inspirational

4  

ଅଜୟ କୁମାର ବେହେରା

Inspirational

ଗଣତନ୍ତ୍ର ଗାଥା

ଗଣତନ୍ତ୍ର ଗାଥା

1 min
368


ସ୍ୱାଧୀନ ଭାରତ ଗଣତନ୍ତ୍ର ରାଷ୍ଟ୍ର

    ସର୍ବ  ଧର୍ମ  ସମନ୍ୱୟ ।

ହିନ୍ଦୁ ମୁସଲମାନ ଜୈନ ଖ୍ରୀଷ୍ଟିଆନ

    ଆମେ ସବୁ ଭାରତୀୟ ।୧।

ଭାରତ ମାତାର କୋଳରେ ଜନମ

    ଏହି ମାଟି ଆମ ମାଆ ।

ସଂକୋଚ କାହିଁକି ମନରେ ଆମର

    ରଖିବାକୁ ତା'ର ନାଆଁ !୨!

ପାକିସ୍ଥାନ ବାସୀ ପାକିସ୍ଥାନୀ କହେ

    ବଙ୍ଗଳାରେ ବାଂଲାଦେଶୀ ।

ନେପାଳ ଦେଶରେ ନେପାଳି କହନ୍ତି

    ଚାଇନା ରେ ଚିନାବାସୀ ।୩।

ସମଗ୍ର ବିଶ୍ୱରେ ପ୍ରତି ଦେଶବାସୀ

    ହୃଦେ ଭରା ଦେଶ ପ୍ରୀତି ।

ଭାରତରେ ରହି ଭାରତୀୟ ହୋଇ

    ଜାତି  ଧର୍ମ  ରାଜନୀତି ।୪।

ଯେଉଁ ଦେଶ ମାଟି ପାଣି ପବନରେ

    ଗଢ଼ା ଆମ ଏହି ଦେହ ।

ଧର୍ମ ନାମେ ଏଠି   ଲଢେଇର ସ୍ୱର

    କହି ଭିନ୍ନ ସମ୍ପ୍ରଦାୟ ।୫।

କେଉଁ ଧର୍ମ ଶାସ୍ତ୍ରେ ବର୍ଣ୍ଣିତ ହୋଇନି

    ଧର୍ମ ନାମେ ହିଂସା ଗାଥା ।

ଜାତି ଧର୍ମ ନାମେ ଯୁଦ୍ଧ ବିଭୀଷିକା

    ଦେଶଦ୍ରୋହୀଙ୍କର କଥା ।୬।

ଗୀତା ବାଇବେଲ କୋରାନ ଗ୍ରନ୍ଥରେ

    ଧର୍ମର  ମହତ  ବାଣୀ ।

ଜନ  ହିତ ପାଇଁ   ପଥ  ପ୍ରଦର୍ଶକ

    ନୁହେଁ ହିଂସାର କାହାଣୀ ।୭।

ସଂପ୍ରଦାୟ ମଧ୍ୟେ ସଂଘର୍ଷର ତାତି

    ଅଶାନ୍ତିର ବହ୍ନି ଜାଳି ।

ସାଂପ୍ରଦାୟିକତା ଭେଦ ଭାବ ଦଙ୍ଗା

    ନିରୀହଙ୍କୁ ଦିଏ ବଳୀ ।୮।

ଗଣତନ୍ତ୍ର ଧାରା ହୋଇ ଦିଗ ହରା

    ଦୁର୍ନୀତିର ବନ୍ଦୀଶାଳେ ।

ଜନ ଜାଗରଣ ପ୍ରତିକ୍ଷାରେ ବସି

    ମୁକ୍ତି ଆନନ୍ଦକୁ ଭାଳେ ।୯।

ଦଳୀୟ ନୀତିରେ ଦଳ କୁଳପତି

    ମନ୍ତ୍ରୀ କଟୁଆଳ ମିଶି ।

ରାଜତନ୍ତ୍ର ନୀତି ପୋଥି ଲେଖୁଛନ୍ତି

   ରାଜ ଉଆସରେ ବସି ।୧୦।

ବଂଶାନୁକ୍ରମରେ ବଂଶ ଦାୟାଦର

    ରାଜ ସିଂହାସନେ ଲୋଭ ।

କ୍ଷମତା ଲାଳସା ଅର୍ଥ ପିପାସାରେ

    କରିବାକୁ ଚାହେଁ ଭୋଗ ।୧୧।

    



Rate this content
Log in

Similar oriya poem from Inspirational