ଗୀତ ବୃତ୍ତାନ୍ତ
ଗୀତ ବୃତ୍ତାନ୍ତ
ଗୀତ ବି ଗୀତ ଗାଏ, ଶୁଣେ ଆଉ ଲେଖେ
ଜୀବନ ଜଗତ ସହ ସଂପର୍କିତ ହୋଇ...
ହୃଦୟ ର ଭାବ ଭୂମି ରେ
ମୁହୂର୍ତ୍ତର କଅଁଳିଆ ହାତ ଛୁଆଁ ରେ
ଧାଡ଼ି ଧାଡ଼ି ହୋଇ ରୁଆ ହୁଏ l
ରିତୁ ଚକ୍ରର ଦଲକାଏ ଶୀତଳ ବାଆରେ
ଧସେଇ ପଶେ ଉଦ୍ଦୀପନା ବିଭାବ
ଖୋରାକ୍ ଯୋଗାଏ ଗଜା ହେବାକୁ....
କୁଳୁକୁଳୁ ଝରଣା, ଭସା ମେଘ, ପକ୍ଷୀ ର କାକଳି, ଶୀତ ଦିନିଆ ହଳଦୀ ରଙ୍ଗର ଶୋରିଷ କ୍ଷେତ, ସୁନେଲି ଧାନ କେଣ୍ଡା
ଦେଖିଲେ କେବେ କେବେ ଆନ ମନା ହୁଏ...
ରଚି ଦିଏ ଶାବ୍ଦିକ ନିସ୍ତବ୍ଧ ର
ରାଗ ତରଂଗ ର
ତାଳ ତାରଲ୍ୟ ର
ସ୍ଵର ବିଶ୍ୱ ର
ଲୟ ତନ୍ମୟ ର...
କେଉଠି ଥାନ୍ତି ରାଗିଣୀ, ଛାନ୍ଦ କେଜାଣି
ଦେହରେ ନେସି ହୋଇ ପ୍ରୀତି ଫୁଲ ସାଉଁଟି
ପୂରେଇ ଦିଅନ୍ତି ଅଣ୍ଟି ରେ...
ସଂଯୋଜିତ ହୁଏ ମାତୃ କଣ୍ଠରେ ଆ ଜହ୍ନ ମାମୁଁ ସରଗ ଶଶୀ
ଯୋଗୀ ର କେନ୍ଦରା ରେ ଭଜୁ କି ନା ରାମ ନାମ ରେ...
ରୋଗୀ ର ଆହେ ଦୀନ ବାନ୍ଧବ ରେ...
ଭୋଗୀ ର ପଇସା କ୍ୟା ନ କରେ କାମ୍..
ନିନାଦିତ ହୁଏ ବାଣୀ ତନ୍ତ୍ର ମନ୍ତ୍ର
ଆତ୍ମପ୍ରକାଶ କରେ ସ୍ଵତଃସ୍ପୃତ ଅଭିଷିକ୍ତl ହୋଇ...
ନବ ରସ _ନାନ୍ଦନୀକl ସେ
ମଧୁ ଭାବନା ସୃଜନିକା ସେ..
ସାଧନା କରେ ଆବେଗ ଉଚ୍ଛ୍ଵାସ କୁ ସାକ୍ଷୀ ରଖି
ମହକେ ଯୋଜନଗନ୍ଧl
ଚମକେ ପ୍ରୀତି ଛନ୍ଦl..
କ୍ଲାନ୍ତ ଶ୍ରାନ୍ତ ପାଥ ପ୍ରାନ୍ତରେ ବସି ହସି ହସାଉ ଥାଏ
ଆଉ ଶୁଣେଇ ଦିଏ ଜନ୍ମ ବୃତ୍ତାନ୍ତ..
କ୍ଲାନ୍ତ ଆପୋନଦନ କଳ୍ପେ
ମନ ପ୍ରାଣ କୁ ଦିଏ ଅବିଶ୍ରାନ୍ତ
ସତ୍ୟ ଶିବ ସୁନ୍ଦର ର ପୁଣ୍ଯ ନୃତ୍ୟ l
