STORYMIRROR

Sukanti Hotta

Inspirational

3  

Sukanti Hotta

Inspirational

ଘରକୁ କରେ ମନ୍ଦିର

ଘରକୁ କରେ ମନ୍ଦିର

1 min
148

ସ୍ନେହ ପ୍ରେମ ଦୟା କ୍ଷମା

କରୁଣା ମମତାର ଭଣ୍ଡାର

ରୂପ ଗୁଣ ଲାବଣ୍ୟବତୀ ସେ

ଅନେକ ରୂପର ସଂଭାର

ଅଭିନୟ କରି ଚାଲେ

ଦେବୀ ମାନବି ଦାନବୀ ଚରିତ୍ରର

ବାପଘର ସ୍ନେହ ମମତା ଛାଡି ପିନ୍ଧେ

ହାତରେ ଶଙ୍ଖା ମଥାରେ ସିନ୍ଦୁର

ସ୍ୱାମୀର ଦୀର୍ଘାୟୁ ମଙ୍ଗଳ ପାଇଁ

ଉପାସ ବାର ବ୍ରତ ମାନସିକ ତାର

ଭୁଲ ଥାଉ ବା ନଥାଉ

ଜୀବନ ଜୀଏଁ ଯନ୍ତ୍ରଣା ପ୍ରତାରଣାର

କନ୍ୟା ଜନନୀ ଭଗିନୀ ଜାୟା ଭୂମିକାରେ

ପ୍ରୟାସ କରେ କରିବାକୁ ଘରକୁ ମନ୍ଦିର l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational