STORYMIRROR

Dharitri Das

Inspirational Children

3  

Dharitri Das

Inspirational Children

ଘରଚଟିଆ

ଘରଚଟିଆ

1 min
212

ଅତି ହିଁ କ୍ଷୁଦ୍ର ସେହି ଜୀବଟି

ଘର ଚଟିଆ ତାର ନାଆଁଟି।

ପାହାଡର ଖୋଲ ଗଛଡ଼ାଳ

ଚାଳଘର ତାର ବାସ ସ୍ଥଳ।

କଳରବ ତାହାର ଏକାନ୍ତ

ଅତି କ୍ଷୁଦ୍ର ଏବଂ ଅବିଶ୍ରାନ୍ତ।

ପାସେରିଡା ଅଟଇ ତାହାର

ବୈଜ୍ଞାନିକ ନାମଟି ସାର।

ଭୂମଧ୍ୟ ସାଗରୀୟ ଅଞ୍ଚଳ

ଅଟେ ତାହାର ଉତ୍ପତି ସ୍ଥଳ।

ନବେ ପ୍ରତିଶତ ହୋଇ ନାଶ

ଏବେ ନ ଦିଶନ୍ତି ଅବଶେଷ।

ଆଧୁନିକ ଶିଶୁ ଛବିଦେଖି

ଚିହ୍ନଇ ଘରଚଟିଆ ପକ୍ଷୀ।

ନାହିଁ ନୀଡ଼ ଏଠି ନାହିଁ ଚାଳ

ଚାରିଆଡେ କଂକ୍ରିଟ ଜଙ୍ଗଲ।

ପକାଇ ସାର କୀଟ ନାଶକ

ନାଶ କଲେ କୀଟ ଆଉ ପୋକ।

ନିପାତି ଘରଚଟିଆ ବଂଶ

ପାଳନ୍ତି ଘରଚଟିଆ ଦିବସ।

ତାକୁ ରାଜ୍ୟ ପକ୍ଷୀ ମାନ୍ୟତା

ଦେଇଛନ୍ତି ଦିଲ୍ଲୀ ରାଜନେତା।

ହେଲେ ପାରିବେକି ଇଛାମତେ

ଚଟିଆ କୁଳ ଫେରାଇ ସତେ।

ଶୁଣଶୁଣ ମୋର ସାଙ୍ଗସାଥି

ମିଳିମିଶିକି ପଢିବା ପୋଥି।

ପ୍ରାକୃତିକ ସାର ଓ ଔଷଧ

ପକାଇ ଏଡିଦେବା ବିପଦ।

ପରିବେଶ ସହ ପକ୍ଷୀକୁଳ

ବର୍ତ୍ତିଯିବେ ନ ହୋଇ ବିକଳ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational