STORYMIRROR

BISWESWAR MAJHI

Abstract

3  

BISWESWAR MAJHI

Abstract

ଘର ଗଢିବାର ସମୟ

ଘର ଗଢିବାର ସମୟ

1 min
201

କୋକୁଆ ପରାୟ କରୋନା ବୁଲୁଛି ହାତଠାରି ଡାକୁଅଛି

ବାହାରକୁ ଯାଇ ନିମନ୍ତ୍ରଣ ଦେଲେ ଛାଡିବ ନାହିଁ କହୁଛି ।

ଆମ ପାଇଁ ଯିଏ ଲଢେଇ କରନ୍ତି ମାରଣା କରୋନା ସହ

କୃତାଞ୍ଜଳି ପୁଟେ ନମନ କରିବା ଗାନ କରି ତାଙ୍କ ଜୟ ।

ଡାକ୍ତର ସହିତ ପାରାମେଡିକାଲ ଜୀବନ ଲଗାଇ ବାଜି

ନିଜ ଘରଦ୍ବାର ଭୁଲି କରୁଛନ୍ତି ସେବା ଦେଶ ହିତେ ଆଜି ।

ବାହାର ରାଜ୍ୟରେ ଫସିଛନ୍ତି କେତେ ଖାଦ୍ୟ ବାସ ତାଙ୍କୁ ସ୍ୱପ୍ନ 

ବିଦେଶୁ ଫେରିଲେ ଗାଆଁକୁ ବାରଣ କିପରି କାଟିବେ ଦିନ ।

ଘରେ ଯିଏ ଛନ୍ତି ଲକ୍ଷ୍ମଣ ରେଖାରେ ଭାଗ୍ୟବାନ ସିନା ସିଏ

କେନ୍ଦ୍ର ରାଜ୍ୟ ମିଶି ଯୋଜନା କରନ୍ତି ଜୀବନ ସହଜ ହୁଏ ।

ସଂସ୍କାର ଆମର ଭୁଲି ଯାଇଥିଲେ ସମୟ ବାହାନା କରି

ପରିବାର ସାଥେ ସମୟ କାଟିବା ପଡୁଥିଲା ଯେଣୁ ଭାରି ।

ସୁଯୋଗ ମିଳିଛି କରୋନା ଆଳରେ ଘରଟିଏ ଗଢିବାକୁ

ଘରେ ବସି ନିଜ ହଜିଲା ସଂସ୍କାର ସଂସ୍କୃତି ଫେରାଇବାକୁ। 

ଯୋଗ ପ୍ରାଣାୟାମ କସରତ ସହ ପ୍ରାର୍ଥନା ଘରେ କରିବା

ଗାୟତ୍ରୀ ମନ୍ତ୍ର ମହା ମୃତ୍ୟୁଞ୍ଜୟ ମନ୍ତ୍ର କୁ ପାଠ କରିବା ।

ଘରଣୀଙ୍କୁ ଟିକେ ସାହାଯ୍ୟ କରିବା ଦେବା ସ୍ନେହର ପରଶ

ସନ୍ତାନ ସନ୍ତତି ସହ ହସି ଖେଳି ଘରେ ଭରିବା ହରଷ ।

ଏକୋଇଶ ବାର ଅଭ୍ୟାସ ହେଲେ ଅସ୍ଥି ମଜ୍ଜାଗତ ହୁଏ

ମଣିଷର ଏହା ବହୁ ପରୀକ୍ଷିତ ମନସ୍ତତ୍ବ ଶାସ୍ତ୍ର କହେ ।

ଏକାଠି ଅଭ୍ୟାସ ଉତ୍ସାହ ବଢାଏ ପରିବାର ଏକ ହେବା

ଯୋଗ କରି ରୋଗ ପ୍ରତିଷେଧକର ଶକ୍ତି ଆମେ ବଢାଇବା। 

ଦୁର୍ଯୋଗକୁ ଯଦି ସୁଯୋଗରେ ଆମେ ପରିଣତ କରି ଦେବା

କରୋନା କହିବ ବାଏ ବାଏ ଟା ଟା ବାଜି ଆମେ ମାରି ଦେବା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract