ଘର ଆମର ସାହା ଭରସା
ଘର ଆମର ସାହା ଭରସା
ମନ୍ଦିର ପରିକା ଘରଟି ମୋହର
ହସେ ଖିଲି ଖିଲି ହୋଇ
ନଡା ଛପର କାଠି କୁଟାର ଘରେ
ସ୍ନେହ ଶ୍ରଦ୍ଧା ଭରି ଥାଇ।
ବାପା ମାଆ ମୋ ଦେବାଦେବୀଙ୍କ
ଆଶିଷ ସଦା ପଡେ ଝରି,
କୁନିକୁନି ଆମେ ଫୁଲ ପାଖୁଡା
ବାସନା ଦେଉ ବିତରି।
ଆମ ଘରକୁ ବିପଦ ଆପଦୁ
ରକ୍ଷା କରିବା ପାଇଁ,
ମଝି ଖୁଣ୍ଟ ବାପା ଦଣ୍ଡାୟମାନ
ବିପଦ ଯାଏ ଦୂରେଇ।
ମହାଲକ୍ଷ୍ମୀ ପରି ମହାପ୍ରସାଦ
ମାଆ ହାତ ପରସା,
ଘର ଆମର ସରଗପୁର
ସେ ଆମ ସାହା ଭରସା।
