STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ଗହ୍ମା ପୂର୍ଣ୍ଣିମା

ଗହ୍ମା ପୂର୍ଣ୍ଣିମା

1 min
360



ପବିତ୍ର ଗହ୍ମା ପୂର୍ଣ୍ଣିମା ଶ୍ରୀ ବଳଭଦ୍ର ଜନ୍ମ

ସିଂହ ଛଅ ଦିନ ଅଦ୍ୟ ଯେ ମାସ ଶିରାବଣ ।

ଶ୍ରବଣା ନକ୍ଷେତ୍ର ଅମୃତ ପୂର୍ଣ୍ଣିମା ଲଗନ 

ରାକ୍ଷୀ ବନ୍ଧନ ଉତ୍ସବ ଗୋ ମାତା ବନ୍ଦାପନ ।


କୃଷି ଭିତ୍ତିକ ପରବ ଯେ ହୁଅଇ ପାଳନ 

କୃଷକ ପ୍ରତୀକ ହଳ ଯେ ଲଙ୍ଗଳ ଧାରଣ ।

ବଳଭଦ୍ର ମହାପ୍ରଭୁ ଙ୍କୁ ଏରୂପେ ବର୍ଣ୍ଣନ

କରିଅଛଇ ଆମର ୟେ ଶାସ୍ତ୍ର ଯେ ପୁରାଣ ।


ପୂଣ୍ୟ ତିଥି ପୂଣ୍ୟ ବେଳା ଭାଇ ହାତେ ଭଉଣୀ

ପବିତ୍ର ରେଶମୀ ଡୋର ବାନ୍ଧି ଦିଅଇ ଆଣି ।

ମୋର ରକ୍ଷା ତ୍ରାଣକର୍ତ୍ତା ମୁଁ ତୋ ଗେଲ୍ହା ଭଗିନୀ

ନିର୍ଭୟ ଦେବ ମାଗଇ ପାତି ପଣତ କାନି ।


ଅଦ୍ଭୁତ ଏହି ପରବ ପୁର ପଲ୍ଲୀ ସହରେ

ପାଳନ କରନ୍ତି ସର୍ବେ ମହା ସମାରୋହରେ ।

ଆନନ୍ଦ ସବୁରି ମନ ତନୁରେ ସିହରଣ

ଯାଗ୍ରତ ହୁଅଇ ହୁଏ ଅମୃତ ବିଚ୍ଛୁରଣ ।


ଜୟ ଜୟ ବଳ ଦେବ ହେ ରୋହିଣୀ ନନ୍ଦନ

ଜୟ ଜୟ ବଳଦେବ ହେ ରେବତୀ ରମଣ ।

ଶିରେ ସପ୍ତଫେଣୀ ଜ୍ୟୋତି ଯେ ଧବଳ ବରଣ

ଦୟା କର ବଳଦେବ ମୋ ପୁଷ୍ପାଞ୍ଜଳି ଘେନ ।।


Rate this content
Log in

Similar oriya poem from Classics