STORYMIRROR

Satyabati Swain

Tragedy

3  

Satyabati Swain

Tragedy

ଗହିରିଆ କ୍ଷତ

ଗହିରିଆ କ୍ଷତ

1 min
332

ଅଫିସ୍ ଯିବା ରାସ୍ତାରେ

ମୋ ଆକ୍ଟିଭା ସହ ହଠାତ୍

ପିଟି ଦେଲା ଜଣେ ବାଇକ୍ ଚାଳକ।


ଗାଡି ଖୁବ୍ ସ୍ଲୋ ଥିଲା  

ଟର୍ଣ୍ଣିଙ୍ଗ୍ଟିଏ ଥିବାରୁ ମୋର

ବ୍ରେକ୍ କଷି ଗୋଡ଼ ଲଗାଇଦେଲେ ବି

ତଳେ ପଡି ଖଣ୍ଡିଆ ଖାଵରା

ହେଲା ସୁନିଶ୍ଚିତ।

  

ମୋ ଉପରେ ଗାଡି। 

ମରୁ ମରୁ ମୁଁ ବଞ୍ଚିଗଲି। 


ବିଗିଡି ଯାଇ କହିଲି, 

ଆରେ ବାବୁ ତଳକୁ ମୁହଁ ପୋତି 

କେହି ଗାଡି ଚଳାନ୍ତି ।


କଣ ହୋଇଥାନ୍ତା ଏଇଲେ? 

ପ୍ରତିପକ୍ଷ ଚାଳକର ଗୋଡ଼ ହାତ ଖଣ୍ଡିଆ

ବେକ ମୂଳ ଲାଲ୍ 

କମ୍ ବୟସର ପିଲାଟା ଥିଲା ଚାଳକ।


ସେ ତଳକୁ ମୁହଁ ପୋତି

କାନ୍ଦୁଥିଲା

ଲୋକେ କହୁଥିଲେ ପୋଲିସରେ ଦିଅ

ଚେଙ୍ଗେଡ଼ା ଟୋକା

ଚୋପା କ୍ୟାନ୍ସର୍ ରେ ମରିବା ମାସେ ହୋଇନି

ମରିବାକୁ ମନ

କଣ କରିଥାନ୍ତା ଏବେ

ସଦ୍ୟ ବିଧବା ଯୁବତୀ ମାଆ ଟି ।


ଛାଡ଼ନ୍ତୁ ପିଲା ଲୋକ

ବାବୁରେ ଦେଖି ଚାହିଁ ଗାଡି ଚଳାଇବ

ଲୋକେ ଠିକ୍ କହୁଛନ୍ତି

କଣ ହୋଇଥାନ୍ତା ତୁମର ଏବେ ।


ପକେଟ୍ ରେ ଗୁଞ୍ଜି ଦେଲି କିଛି ଟଙ୍କା

କହିଲି ଯା ବାବୁ ବେକ ଦେଖାଇ

ମେଡ଼ିସିନ୍ ନେଇଯିବ।


ମାମ୍ ନିଜ କଥା ଭାବନ୍ତୁ

କଣ ହୋଇଥାନ୍ତା ଆପଣଙ୍କର!

ଭାବୁଛି ତ ମନେ ମନେ କହିଲି

ମୋର ବି ଗହିରିଆ କ୍ଷତ ଟେ

ଦୁଇ ମାସର

ଚାହିଁଲି ଖାଲି ହାତ ଶୁନ୍ୟ ମଥାକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy