STORYMIRROR

SARATA KUMAR DAS

Inspirational

4  

SARATA KUMAR DAS

Inspirational

ଗଢିବା ଆମେରେ ସ୍ବଚ୍ଛ ଭାରତ

ଗଢିବା ଆମେରେ ସ୍ବଚ୍ଛ ଭାରତ

1 min
386


ଜାତିର ଜନକ ମହାତ୍ମା ଗାନ୍ଧୀ

           ଦେଖିଲେ ଦିନେ ସପନ

ଗଢିବେ ଭାରତ ସ୍ବଚ୍ଛ ଓ ସୁନ୍ଦର 

          ହସୁଥିବେ କୋଟି ଜନ  ।।


ଆସରେ ପିଲାଏ ଶପଥ ନେବାରେ

             କରିବା ଦେଶକୁ ସ୍ବଚ୍ଛ

ଗାନ୍ଧୀଙ୍କ ସପନ ହୋଇବ ପୂରଣ

             ମଥା ହେବ ଆମ ଉଚ୍ଚ ।।


ସବୁରି କାନରେ କହିବା ଆମେରେ

              ସ୍ବଚ୍ଛତାର ନୂଆ କଥା

ଅସ୍ବଚ୍ଛ ହୋଇଲେ ବିପଦେ ପଡିବା

           ପାଇବାରେ କେତେ ବ୍ୟଥା ।।


ଜଗତରେ ହେବା ଅନେକରୁ ଏକ

             ଗଢିବା ଦେଶକୁ ନୂଆ  

ସ୍ବଚ୍ଛତାର ପଣେ ଆଗେଇବା ଆମେ

             ରଖିବା ଜାତିର ନାଆଁ  ।।


ରାସ୍ତା ଘାଟ ଆଉ ଯେତେ ଗଳି କନ୍ଦି

              କରିବା ସଫା ସୁତର

ଯେତକ ଅସନା-ଆବର୍ଜନା ପୁଣି 

              କରିଦେବା ପରିଷ୍କାର  ।।


ଘରଦ୍ବାର ଆମ ସଫା କରୁଥିବା

            ବିଦ୍ୟାଳୟ ପରିସର

ଫିଙ୍ଗିବାନି ଆମେ ପଦାକୁ ଅଳିଆ

            ପୋତିଦେବା ନିରନ୍ତର  ।।


ନିଜକୁ ରଖିବା ସଦା ପରିଚ୍ଛନ୍ନ

             ହେବା ସଦା ହସ ହସ 

ପିନ୍ଧିବାନି ଆମେ ମଇଳା ପୋଷାକ  

           ହେବାରେ ଆମେ ଆଦର୍ଶ ।।


ଖୋଲା ପଡିଆକୁ ଯିବାନାହିଁ କେବେ

          ଶୌଚ ପାଇଁ ଆମେମାନେ 

"ଘରେ ବସାଇବା ପାଇଖାନା ଆଣି"

              କହିବା ସଭିଙ୍କ କାନେ ।।

 

ପରିବେଶ ଆମ ହେବରେ ସୁନ୍ଦର  

            ହେବନାହିଁ ରୋଗ କେବେ

ଦେହ ସୁସ୍ଥ ହେଲେ ମନ ସୁସ୍ଥ ହେବ

            ସୁସ୍ଥ ହେବ ଦେଶ ତେବେ  ।।


ଆସ କୁନା କୁନି ଡେରି ଆଉ କିଆଁ 

            ହେବା ଆମେ ଆଗଭର

ମିଳିମିଶି ସର୍ବେ କରିବାରେ ସଫା

           ହସିବ ଗାଁ ଠୁ ସହର  ।। 


କରିବାନି ଲାଜ ହୋଇ ସଜବାଜ

           ବାହାରିବା ଆମେ କାମେ

ପୂରଣ କରିବା ଶପଥ ଆମର

           ସ୍ବଚ୍ଛ ଭାରତର ନାମେ  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational