STORYMIRROR

K. Nirmal

Inspirational

2  

K. Nirmal

Inspirational

ଗଛଟିଏ ତୁମେ ଲଗାଅ

ଗଛଟିଏ ତୁମେ ଲଗାଅ

1 min
12.8K


ନିଜ ବେକ ନିଜେ କାହିଁକି କାଟୁଛ

ଆଜିର ମାନବ ଗଣ

ସେହି ଗଛ ତୁମକୁ ଫଳ ମୂଳ ଦେଇ

କରେ ଭରଣ ପୋଷଣ


ଖରା ଓ ବର୍ଷାରେ ସାହାର୍ଯ୍ୟ କରେ ସେ

ଦେଇ ଟିକେ ସିଏ ଛାଇ

ଭୁଲି ଯାଅ କାହିଁ ବିବେକ ହରେଇ

ଖଣ୍ଡ ଖଣ୍ଡ କରିଦେଇ


ଆଜିର ସମାଜେ ବଞ୍ଚିବାକୁ ହେଲେ

ଗଛଟିଏ ତୁମେ ଲଗାଅ

ସବୁଜ ଧରାରେ ହସ ଭରିଦେଇ

ଖୁସିରେ ଜୀବନ ବିତାଅ


◆କେ.ନିର୍ମଳ

◆ଭଦ୍ରକ, ବାସୁଦେବପୁର(ଜଗନ୍ନାଥି)


Rate this content
Log in

Similar oriya poem from Inspirational