STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Inspirational

4  

ପ୍ରିୟଦର୍ଶିନୀ ମହାନ୍ତି

Inspirational

ଗଛଟିଏ ମୁହିଁ ଗଛଟିଏ

ଗଛଟିଏ ମୁହିଁ ଗଛଟିଏ

1 min
306


ଗଛଟିଏ ମୁହିଁ ଗଛଟିଏ


ଗଛଟିଏ ମୁହିଁ ଗଛଟିଏ

ସବୁ କିଛି ମୁଁ ଯେ ଯାଚିଦିଏ,

ଚେର ଠାରୁ ପତ୍ର ଦାନ କରି...

ଉପକାର ସଦା କରିଥାଏ।


ବାୟୁମଣ୍ଡଳରୁ ବିଷ ନିଏ,

ଅମୃତରେ ତାକୁ ବଦଳାଏ,

ଜୀବଜଗତର ପାଇଁ ମୁଁ ଯେ...

ଅମ୍ଳଜାନ ତ୍ୟାଗ କରିଥାଏ।


ଅଙ୍ଗେ ଅଙ୍ଗେ ମୋର ଅଉଷଧ,

ଭଲ କରିଦିଏ ରୋଗ ବ୍ୟାଧ,

ସେବନ, ଲେପନ କଲେ ମତେ...

ରୋଗକୁ କରଇ ପ୍ରତିରୋଧ।


ଫଳ, ମୂଳ ମୁଁ ଯେ ଦେଉଥାଏ,

ସଭିଙ୍କର ପେଟ ପୋଷୁଥାଏ,

ମୋରି ପାଇଁ ବରଷା ରାଣୀ...

ଚାରିଆଡେ ଜଳ ଢାଳିଦିଏ।


ଯତନରେ ମତେ ରଖୁଥିବ,

ନ ହାଣି ମୂଳରେ ପାଣି ଦେବ,

ସଭିଙ୍କ ଖୁସି ଚାହୁଁଚ ଯଦି...

ମୋ ତ୍ୟାଗକୁ ମନେ ରଖିଥିବ।


Rate this content
Log in

Similar oriya poem from Inspirational