ଗଛଟେ ଦିଅ ଲଗାଇ
ଗଛଟେ ଦିଅ ଲଗାଇ
ମଞ୍ଜିଟିଏ ନେଇ ଭୂଇଁ ରେ ପୋତିଲେହେବ ସିଏ ଦିନେ ବୃୃକ୍ଷତା'ର ଯତ୍ନ ନେଇ ପାଳିଲେ ତାହାକୁୁ ଫେଡିବ ସେ ଆମ ଦୁୁଃଖ ।
ସନ୍ତାନଟେ ପରି ପାଳିଲେ ତାହାକୁ କେତେ ଫୁଲ ଫଳ ଦେବ ଶୀତଳ ପବନ ଦେବ ସେ ଆମକୁ ଅମ୍ଳଜାନ ଯୋଗାଇବ ।
ଘର ଆଗ ପଛ ଲଗାଇଲେ ଗଛ ଘରକୁ ହୋଇବ ଛାଇ ଖରା ଦିିନ ତାତି ବାଧିବନି ଜମା କଷ୍ଟ ଜମା ହେବ ନାହିଁ ।
ଗଛଟିିିଏ ପୋତିି ତାର ଯତ୍ନ ନେଲେ ଜୀବନ ସାରା ସେ ପୋଷି ବଛାଇ ତଳେ ତାର ଆଶ୍ରୟ ନେବଫଳ ଆନନ୍ଦରେ ଖାଇବ ।
ଗଛ ଫୁୁୁଲଫଳ ଡାଳ ସବୁ କିିିଛି ଆମ ବ୍ୟବହାରେ ଲାଗୁୁଛି ଜୀବନର ସଞ୍ଜ ନଇଁଗଲା ପରେ ତା' କାଠରେ ଜୁଇ ଜଳୁୁଛି ।
ସେଥିପାଇଁ ବନ୍ଧୁ ମଞ୍ଜିଟିିିଏ ପୋତିଗଛଟିିିଏ ଦିଅ ଲଗାଇ ସବୁ ଦୁୁଃଖ ତୁମେ ଭୁଲିଯିିିବ ଯେବେ ଦେବ ସେ ତୁମକୁ ଛାଇ ।
ମମତା ମଞ୍ଜରୀ ଦାସ
କଟକ
