ଗଛ ଲଗାଇବା ଆସ
ଗଛ ଲଗାଇବା ଆସ
ଗଛ ଲଗାଇବା ଆସ ପିଲାମାନେ
ଗଛ ଲଗାଇବା ଆସ,
ଗଛ ହିଁ ଆମର ଅମୂଲ୍ୟ ସମ୍ପଦ
ତା ' ବିନା ଘଟିବ ସର୍ବନାଶ l (1)
ଖାଇବାକୁ ଦାନା, ପିନ୍ଧିବାକୁ କନା
ଆମକୁ ପ୍ରଦାନ କରୁଅଛି,
ରହିବାକୁ ବାସ, କରିବାକୁ ଚାଷ
ତା ଜୀବନ ଦେଇ ବଞ୍ଚାଉଛି l(2)
ବନ୍ୟା ଓ ବାତ୍ୟା, ମରୁଡି ଓ ଦୁର୍ଭିକ୍ଷ
ବର୍ଷା ହୀନତା, ମାଟି କ୍ଷୟରୁ,
ଗଛ ହିଁ ଆମକୁ ସୁରକ୍ଷା ଦେଉଛି
ଯେତେକ ଦୁର୍ବିପାକ ଦାଉରୁ l(3)
ଆମ ବିନା ସିଏ ବଞ୍ଚି ଯେ ପାରିବ
ତା ବିହୁନେ ସୃଷ୍ଟି ଅସମ୍ଭବ,
ଯେତେ ପାର ସେତେ ବୃକ୍ଷକୁ ଲଗାଅ
ବାୟୁମଣ୍ଡଳ ବିଶୁଦ୍ଧ ହୋଇବ l(4)
ମହତ କାର୍ଯ୍ୟ ଅଟେ ବୃକ୍ଷରୋପଣ
ପୂରଣରେ ଯେ ବର୍ଣ୍ଣିତ ଅଛି,
ସୁପୁତ୍ରକୁ ଜନ୍ମ ଦେବା ଠାରୁ ପୂଣ୍ୟ
ବୃକ୍ଷ ରୋପିଲେ ମିଳି ପାରୁଛି l (5)
