STORYMIRROR

BULU BEHERA

Inspirational Children

3  

BULU BEHERA

Inspirational Children

ଗଛ ଲଗାଇବା ଆସ

ଗଛ ଲଗାଇବା ଆସ

1 min
310

ଗଛ ଲଗାଇବା ଆସ ପିଲାମାନେ

              ଗଛ ଲଗାଇବା ଆସ,

ଗଛ ହିଁ ଆମର ଅମୂଲ୍ୟ ସମ୍ପଦ

             ତା ' ବିନା ଘଟିବ ସର୍ବନାଶ l (1)


ଖାଇବାକୁ ଦାନା, ପିନ୍ଧିବାକୁ କନା

             ଆମକୁ ପ୍ରଦାନ କରୁଅଛି,

ରହିବାକୁ ବାସ, କରିବାକୁ ଚାଷ

            ତା ଜୀବନ ଦେଇ ବଞ୍ଚାଉଛି l(2)


ବନ୍ୟା ଓ ବାତ୍ୟା, ମରୁଡି ଓ ଦୁର୍ଭିକ୍ଷ

            ବର୍ଷା ହୀନତା, ମାଟି କ୍ଷୟରୁ,

ଗଛ ହିଁ ଆମକୁ ସୁରକ୍ଷା ଦେଉଛି

            ଯେତେକ ଦୁର୍ବିପାକ ଦାଉରୁ l(3)


ଆମ ବିନା ସିଏ ବଞ୍ଚି ଯେ ପାରିବ

             ତା ବିହୁନେ ସୃଷ୍ଟି ଅସମ୍ଭବ,

ଯେତେ ପାର ସେତେ ବୃକ୍ଷକୁ ଲଗାଅ

              ବାୟୁମଣ୍ଡଳ ବିଶୁଦ୍ଧ ହୋଇବ l(4)


ମହତ କାର୍ଯ୍ୟ ଅଟେ ବୃକ୍ଷରୋପଣ

              ପୂରଣରେ ଯେ ବର୍ଣ୍ଣିତ ଅଛି,

ସୁପୁତ୍ରକୁ ଜନ୍ମ ଦେବା ଠାରୁ ପୂଣ୍ୟ

              ବୃକ୍ଷ ରୋପିଲେ ମିଳି ପାରୁଛି l (5)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational