STORYMIRROR

Priyaranjan Biswal

Classics

3  

Priyaranjan Biswal

Classics

ଗାନ୍ଧୀଙ୍କ ରାମ ରାଜ୍ଯ

ଗାନ୍ଧୀଙ୍କ ରାମ ରାଜ୍ଯ

1 min
303

ରାମ ରାଇଜରେ

ରାବଣ ଅଧିକ

ହରଣ କରନ୍ତି ନିତି ସୀତାଙ୍କୁ

ଗାନ୍ଧୀ ଦେଖିଯାଅ ଥରେ ତୁମ ରାମରାଜ୍ଯକୁ


ସ୍ୱାମୀକୁ ମାରିଣ

ସ୍ତ୍ରି ବିଧାୟକ

ଧିକ ଏ ରାଜନିତୀକୁ

ଗାନ୍ଧୀ ଦେଖିଯାଅ ଥରେ ତୁମ ରାମରାଜ୍ଯକୁ


ଅର୍ଥପାଇଁ ଏଠି 

ସମସ୍ତେ ପାଗଳ

ମିଛେ କରିଥାନ୍ତି ଜନସେବାକୁ

ଗାନ୍ଧୀ ଦେଖିଯାଅ ଥରେ ତୁମ ରାମରାଜ୍ଯକୁ


ବାପା ମାଆ ଛାଡି

ପୁଜନ୍ତି ବାବାଙ୍କୁ

କି କହିବା ଏହି ଲୋକଙ୍କୁ

ଗାନ୍ଧୀ ଦେଖିଯାଅ ଥରେ ତୁମ ରାମରାଜ୍ଯକୁ


ଠାକୁର ଖାଇକି

ଖଟୁଳି ଖାଇଲେ

ଧନ୍ଯ କହିବ ଏ ନେତାଙ୍କୁ

ଗାନ୍ଧୀ ଦେଖିଯାଅ ଥରେ ତୁମ ରାମରାଜ୍ଯକୁ


ଯେତେ ଧନ ଯା'ର

ସେତେ ଲୋଭ ତା'ର

କିଏସେ ପଚାରେ ଗରିବଙ୍କୁ

ଗାନ୍ଧୀ ଦେଖିଯାଅ ଥରେ ତୁମ ରାମରାଜ୍ଯକୁ


ଖଣିକୁ ଖାଇଲେ

ପାଣିକୁ ଖାଇଲେ

ତଥାବି ନିଅଣ୍ଟ ପେଟକୁ

ଗାନ୍ଧୀ ଦେଖିଯାଅ ଥରେ ତୁମ ରାମରାଜ୍ଯକୁ


ନାହିଁ ଭାଇଚାରା

ନାହିଁ ଯେ ଏକତା

ସର୍ବେ ଦେଖୁଛନ୍ତି ନିଜ ସ୍ୱାର୍ଥକୁ

ଗାନ୍ଧୀ ଦେଖିଯାଅ ଥରେ ତୁମ ରାମରାଜ୍ଯକୁ


ଲୋକେ ଭୁଲିଲେଣି

କ୍ଷୀର ଆଉ ନୀର

ପ୍ରାଧାନ୍ଯ ମିଳେ ଏଠି ମଦକୁ

ଗାନ୍ଧୀ ଦେଖିଯାଅ ଥରେ ତୁମ ରାମରାଜ୍ଯକୁ


ସବୁ ସ୍ଥାନ ଆଜି

ରକତ ରଞ୍ଜିତ

ଭୁଲିଗଲେ ଲୋକ ଅହଂସା ମନ୍ତ୍ରକୁ

ଗାନ୍ଧୀ ଦେଖିଯାଅ ଥରେ ତୁମ ରାମରାଜ୍ଯକୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics