STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଗାନ୍ଧୀଜିଙ୍କ ଦୃଷ୍ଟିରେ ନାରୀ

ଗାନ୍ଧୀଜିଙ୍କ ଦୃଷ୍ଟିରେ ନାରୀ

1 min
140


ଗାନ୍ଧିଜୀ ଙ୍କ ଦୃଷ୍ଟିରେ ନାରୀ ଗଣ ମହାନ ଥିଲେ,

ଗାନ୍ଧିଜୀ ନାରି ଙ୍କୁ ସମ୍ମାନ ସଦା ଦେଉଥିଲେ।

ନାରୀ ଙ୍କ ପ୍ରଗତିରେ ଦେଶରେ ଉନ୍ନତି ହେବ କହୁଥିଲେ,

ନାରୀ ସ୍ୱାଧୀନତାକୁ ସେ ସଦା ଗୁରୁତ୍ୱ ଦେଉ ଥିଲେ।

ନାରି ପୁରୁଷର ସମତୁଲ୍ୟ ହୋଇ ପାରିବ ସେ ମତରଖି ଥିଲେ,

ନାରୀର ସଶକ୍ତିକରଣକୁ ସେ 

ସର୍ବଦା ଚାହୁଁଥିଲେ।

ନାରୀ ପାଠ ପଢି ଆଗକୁ ଆସିବ ସେ ସ୍ୱପ୍ନ ଦେଖି ଥିଲେ,

ନାରୀ ଶିକ୍ଷାରେ ପ୍ରଗତି କରୁ ଏଇ ଆଶାରଖିଥିଲେ।

ରାଜନୀତିରେ ନାରି ପଦବୀ ଲାଭ କରିବ ଗାନ୍ଧୀଜି ଜାଣି ଥିଲେ,

ସ୍ୱାଧୀନତା ସଂଗ୍ରାମରେ ସରୋଜିନୀ ନାଇଡ଼ୁ ପରି ନାରୀଙ୍କୁ ଆଗକୁ ଆଣିଲେ।

କସ୍ତୁରୀ ବାଇ ଙ୍କୁ ସେ ବିବାହ କରି ଶିକ୍ଷିତ କରିଲେ,

ନିଜ ଆଦର୍ଶକୁ ଦେଇ ଜଣେ ମହାନ ନାରୀ କରିଥିଲେ।

ନାରୀ ସବୁ କ୍ଷେତ୍ରରେ ଆଗକୁ ଆସିବ 

ଗାନ୍ଧିଜୀ ମତରଖିଥିଲେ,

ପୁରୁଷ ସମାଜ ପରି ନାରୀ ବି ଆର୍ଥିକ କ୍ଷେତ୍ରରେ ପ୍ରଗତି କରିବ ଗାନ୍ଧୀଜି ଆଶାରଖିଥିଲେ।

ନାରୀର ସମ୍ମାନ ଦେଶ ଜାତିର ସମ୍ମାନ ଗାନ୍ଧିଜି କହୁଥିଲେ,

ସବୁ ପୁରୁଷ ନାରୀ ଙ୍କୁ ସମ୍ମାନ ଦିଅ ସେ କହୁଥିଲେ।

ନାରୀ ଆଗକୁ ଆସିଲେ ଦେଶରେ ଉନ୍ନତି ହେବ ଗାନ୍ଧିଜୀ ଆଶାରଖିଥିଲେ,

ନାରୀ ଜାତିର ବିକାଶ ପାଇଁ ସେ ସଦା ଜାଗ୍ରତ ଥିଲେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational