STORYMIRROR

Rama chandra Pradhan

Classics

3  

Rama chandra Pradhan

Classics

ଗାନ୍ଧୀ

ଗାନ୍ଧୀ

1 min
394

କେଉଁଠି ଅଛହେ ଗାନ୍ଧୀ ତୁମେ ଏବେ

    ଦେଖି ଯାଅ ଥରେ ଆସି 

ମରିତ ଯାଇଛି  ମଣିଷ ପଣିଆ 

    ନାହିଁ ଆଉ ହସ ଖୁସି

 ଅହିଂସାର ଧର୍ମ ଉଭେଇ ଯାଇଛି 

    ହେ ବାପୁ ପରମପୂଜ୍ୟ 

ଭାଙ୍ଗି ତ ଯାଇଛି  ତୁମେ ଦେଖିଥିବା 

    ସପନର ରାମ ରାଜ୍ୟ

ବଢୁଛି ଅନ୍ୟାୟ ପାପୀ ଅତ୍ୟାଚାର 

    ଚାରିଆଡେ ହଣାକଟା  

କାମାନ୍ଧ ମଣିଷ ଭୋକର ଜ୍ୱାଳାରେ 

    ନାରୀ ହୁଏ ହଟହଟା

ନାରୀ ସ୍ୱାଧୀନତା ପ୍ରହସନ ଆଜି 

    ଭାଷଣ ବାଜିରେ ସାର 

ବିକାଶ ଏଇଠି ଅଧ ପନ୍ତରିଆ

    ନେତାଙ୍କୁ ଦୂରୁ ଜୁହାର

ସମ୍ପର୍କର ମୂଲ୍ୟ ଅଲଣା ଏଇଠି 

   ନାହିଁ ଭାଇଚାରା ମେଳ

ସବୁଠି ଅଳିଆ ସବୁଠି ଗୋଳିଆ

   ଆମ ସରକାର କଳ

ସ୍ୱଚ୍ଛତା ଏଇଠି ଲୋକ ଦେଖାଣିଆ

   ଯୋଜନା ତ ମାଳ ମାଳ

ଗାଆଁ ରୁ ସହର ସବୁଠି ଚାଲିଛି 

   ତୁଚ୍ଛ ରାଜନୀତି ଖେଳ

ହେଉ ପୁର୍ନଜନ୍ମ ଗାନ୍ଧୀ ହେ ତୁମର 

   ହସୁ ଏ ଭାରତ ଭୂଇଁ 

ଗାନ୍ଧୀଜୟନ୍ତୀରେ ଘେନମୋ ଶୁଭେଚ୍ଛା

   ସଲାମ ଗାନ୍ଧୀଙ୍କ ପାଇଁ


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics