STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ଗାନ୍ଧୀ ବୁଢା

ଗାନ୍ଧୀ ବୁଢା

1 min
184


ଗାନ୍ଧୀଜୀ ଅଛନ୍ତି ଏଇଠି କୋଉଠି 

ହୁଏତ ନାହାଁନ୍ତି ସବୁଠି 

ମାନିବୃତ୍ତି ଓ ବିବେକ ଅଛି ଯେଉଁଠି 

ସତ୍ୟ ଚିରନ୍ତନ ବୁଝିନି 

ଏମିତି ନାହିଁ କିଏ ବି କେଉଁଠି 

କ୍ରୋଧ ହିଂସା ରାଗ ଦ୍ୱେଷ ସ୍ୱାର୍ଥ 

ପଲାର ଗୋଟେପଟେ ଅଛନ୍ତି ଏକାଠି 

ଗାନ୍ଧୀଜୀ ଲୁଚି ଯାଇଛନ୍ତି ଦିଶୁଛି ଗୋଇଠି 

ଆଣ୍ଠୁ ଲୁଚୁନଥିବା ଖଦଡ଼ ଧୋତି ଭିତରୁ 

ଅଣନିଃଶ୍ୱାସୀ ଲାଗିବା ପୁର୍ବରୁ 

ନିଜକୁ ସମ୍ପୂର୍ଣ୍ଣ ପ୍ରକାଶିତ କରିବେ ପଲାଠି 

ଆସ ବାପୁ ମହାତ୍ମା ଜାତିର ପିତା ଦେଶବନ୍ଧୁ 

ସଂକୋଚ ଆବରଣ ଫିଙ୍ଗି ହେବାକୁ ଏକାଠି 

ନିକିତିରେ ରହିଲେ ଭାରି ହେବ ଅନ୍ୟପଟଟି

କୋଉ ମହାମାରୀ ଆଉ ରହିବ ଏଇଠି 

ଥାଉ ଯେତେ ଅଵିଵେକୀ କାମ ଲୋଭ କ୍ରୋଧ 

ତୁମ ପଲା ଭାରି ଏ ବିଶ୍ୱାସ ଜୀବନ୍ତ ସବୁଠି 

 ଆସ ଆସ ମହାପୁରୁଷ ଦିଅ ସ୍ୱଚ୍ଛତା ଭେଟି 

ତୁମ ରୂପ ଅପ୍ରକାଶି ପ୍ରକାଶିତ ହୁଅ 

ଏଠି ସେଠି ସବୁଠି, ଖୋଜିବୁ ଯେଉଁଠି 

ତୁମ କଠଉ ଶବ୍ଦ ପାଖେଇ ଆସୁଛି 

ସାବରମତୀ ଆଜିବି ଅପେକ୍ଷା କରିଛି 

ଜନଗଣମନଅଧିନାୟକ ଭିତରେ 

ଆତ୍ମଗୋପନେ ଉଙ୍କିମାରେ ପ୍ରଶ୍ନ ଏକ ଗୋଟି 

ଗାନ୍ଧୀବୁଢ଼ା ପୁଣି ଫେରିବଟି???



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational