STORYMIRROR

PRASANTA MALIK

Fantasy

3  

PRASANTA MALIK

Fantasy

ଗାଁ ରେ ଶ୍ରାବଣ

ଗାଁ ରେ ଶ୍ରାବଣ

1 min
380

ସୌଦାମିନୀ ଆସେ ବାରିଦର ସାଥେ

ଲୁଚକାଳି ଖେଳେ ସବିତା ସହିତେ

ପଡ଼େ ଟୁପ୍ ଟାପ୍ ଶବଦରେ ନୀର

ଗାଏ ରିମ୍ ଝିମ୍ ଶ୍ରାବଣର ସ୍ୱର

ସ୍ନେହମୟୀର ବୁକୁକୁ ଭେଦି

ମେଞ୍ଚା ମେଞ୍ଚା ଛତୁ ମୁଣ୍ଡ ଟେକନ୍ତି

ଦେଖ ଆଜି ଏଠି ସବୁ ତତ୍ପର

ସବୁଜରେ ସଜ ଧରଣୀ ମୋର

ଚାହୁଁ ଚାହୁଁ ମେଘ ଆସୁଛି ଭାସି

ସକଳ ପ୍ରାଣୀଙ୍କ ହୃଦୟେ ଖୁସି

କଚ୍ଚା ଚାଳୁ ଦେଖ ନୀରଦ ଝରେ

ଛତା କି ପକ୍ଷିଆ ଖୋଜା ପଡେ

ଯୂଇ ଯାଈ ମଲ୍ଲୀ ହେନା ମାଳତୀ

ଛୋଟ ପିଲେ ମିଶି କଦମ୍ବ ତୋଳନ୍ତି

କାଶତଣ୍ଡୀ ଫୁଟେ ନଈର ପାଖେ

ଫର୍ ଫର୍ ଉଡେ ଅନଳ ବେଗେ

ଟିକେ ଫାଙ୍କା ଯଦି ଘର ପଛପଟେ

କଖାରୁ କାକୁଡି ଜହ୍ନି ଫୁଲ ଫୁଟେ

ସଲିଳରେ ବୁଡେ ନାଳ ପୁଷ୍କରିଣୀ

ତାଣ୍ଡବ ରଚାଏ ଧାରା ସ୍ରୋତସ୍ବିନୀ

ଚାରିଆଡେ ପଟୁ ଯାଇଛି ଲାଖି

ଚାଷୀ ପୁଅ ଆଜି ହସେ ମୁରୁକି

ପଚ୍ ପଚ୍ ଏଇ କାଦୁଅ ବାଟରେ

ଥିର୍ ଥିର୍ ପୁଣି ଚାଲିବାକୁ ପଡେ

ସବୁ ଘରେ ଦେଖ ଉଠା ମାଛ ଭଜା

ଭାବ ଥରେ ସାଥେ ପଖାଳର ମଜା

ଇଦ୍ ଆସେ,ଆସେ ଅଗଷ୍ଟ ପନ୍ଦର

ରାକ୍ଷୀ ସାଥି ହୁଏ ଭାଇ ଭଉଣୀର

ତାଳପିଠା ବରା ମୁହାଁ କି କାକରା

ବାଟ ଘାଟ ଜାମ୍ମୁ ପିଜୁଳିରେ ଭରା

ଶିବ ମନ୍ଦିରରେ ଗହଳ ଚହଳ

କାଉଡ଼ିଆଙ୍କର ଲାଗିଥାଏ ମେଳ

ଏଇ ଶ୍ରାବଣ ଛୁଇଁବା ପରେ

ଚାଲ ଆଜି ଆମେ ଗାଁକୁ ଫେରିବା

ହଜିଯିବା ସେହି ସବୁଜିମା ମେଳେ

ବନ୍ଧୁ!କହିବକି ମୋତେ ଥରେ

'ଗାଁର ଶ୍ରାବଣ' ମନେ ପଡେ କିବା

ଏଇ ସହରୀ ଜୀବନ ଭିତରେ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy