Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Abstract

4  

kahnu charan sahu

Abstract

ଗାଁ ରେ ଶୀତଦିନ

ଗାଁ ରେ ଶୀତଦିନ

1 min
355


ଭୋର ଚାରିଟାରୁ ଉଠି

ଯିଏ ଯାହା କାମରେ ଲାଗି ଯାଆନ୍ତି

ସକାଳର ଥରୁଆ ଶୀତ ସାଥିରେ

ଶୀତଳ ଦେହକୁ ଗରମ କରନ୍ତି । 


ବୟସ ବି ହାର ମାନିଯାଏ ଗାଁ ରେ 

ପରିଶ୍ରମ ଦେଖି ଗାଁ ଲୋକଙ୍କର

ଅସହ୍ୟ ଶୀତ ସାଙ୍ଗକୁ କର୍ମ ହିଁ ଧର୍ମ

ଗୁଞ୍ଜରିତ ହେଉଥାଏ ସବୁରି ଦେହର ।


ସକାଳୁ ଉଠୁ ଉଠୁ ସ୍ଥାନେ ସ୍ଥାନେ

ପସରା ମେଲିଥାଏ ନିଆଁର

ତା'ସାଥେ ନାନା ପ୍ରକାରର ଗପ

ମନକୁ କରୁଥାଏ ବିଭୋର ।


ଶୀତକୁ ଖାତିର ନ କରି ଚାଷୀ ପରିବାର

ବିଲକୁ ଯାଆନ୍ତି ସଅଳ

ଖଳାରେ ଖେଳୁଥାଏ କେତେ ପ୍ରକାର ଧାନ

ଗଡି ଯାଉଥାଏ ବେଳ ।


ରେଜେଇ ସାଥିରେ ଶୀତ ଆସର

ସାରିଯାଏ ଶୀତଦିନ

ଦେହକୁ ହିତ କୁହନ୍ତି ଜେଜେବାପା

ମନକୁ କରେ ଟାଣ ।


Rate this content
Log in

Similar oriya poem from Abstract