STORYMIRROR

Nrusingha Narayan Tripathy

Inspirational Others Children

3  

Nrusingha Narayan Tripathy

Inspirational Others Children

ଗାଁ ଖେଳ

ଗାଁ ଖେଳ

1 min
173


କୁନି କୁନି ପିଲା          ଡକା ଡକି ହୋଇ

      ଆନନ୍ଦେ ସଭିଏଁ ମେଳି

ଗ୍ରାମ ଦାଣ୍ଡ ତାଙ୍କ         ଖେଳପଡିଆ ଟି

       ସକାଳ ସଂଧ୍ୟାରେ ଖେଳି ll


ଠେଲା ଠେଲି ପୁଣି        ଗୋଡ଼ିଆ ଗୋଡେଇ

          ଖେଳି ନାନା ଜାତି ଖେଳ

ସାଙ୍ଗେ ସାଙ୍ଗେ କଳି         ସାଥି ସାଥି ଖେଳି

          ମନରେ ନଥାଏ ଛଳ ll


ଗୋଳେଇ ଗୁନ୍ଦୁରୀ       ହିସାଵ ହୁଅଇ

         ସାକ୍ଷୀ ସାଙ୍ଗ କଳିଦ୍ଵନ୍ଦ

ରାଗିକି ରୁଷିକି          ଖେଳନ୍ତି ଭୁଲିକି

         ନଥାଏ ମନରେ ଛନ୍ଦ ll


ଗ୍ରାମର ଦାଣ୍ଡରେ            ପୋଖରୀ ହୁଡାରେ

        ଖେଳନ୍ତି ରାସ୍ତା ମଝିରେ

ଖେଳ ପାଇଁ ସ୍ଥାନ             ନଥାଏ ନଜର

          ସ୍ଥାନ ସବୁଠି ଖେଳରେ ll


କ୍ରିକେଟ ଖେଳକି           ଖେଳ ଡୁଙ୍ଗୁପୁଆ

          ହିସାବ ପଏଣ୍ଟ ସହି

ଖେଳର ହିସାବ            ନିର୍ଭୁଲ ହୁଅଇ

         ପାଠରେ ନହେଲା ନାହିଁ ll


ଦଉଡ଼ା ଦଉଡି            ଖେଳତ କବାଡି

        ଦେଖିଲେ ଲାଗଇ ମଜା

ଘୋଷରା ଘୋଷରୀ         ପଡିକି ଉଠିକି

        ଖେଳନ୍ତି ଯେପରି ନିଶା ll


ବୁଢ଼ା ବୁଢ଼ୀ ସଙ୍ଗେ         ଥଟ୍ଟା ମଜା ଖେଳ

         ଚିଡ଼ିଆ ଚିଡେଇ ହୋଇ

ଚିଡ଼ିଆ ଚିଡେଇ           ଆନନ୍ଦର ଖେଳ

         ଖେଳନ୍ତି ଖତେଇ ହୋଇ ll


ଲୁଚା ଲୁଚି ପୁଣି          ଛକା ଛକି ଖେଳେ

        ହୋଇ ଆନନ୍ଦ ବିଭୋର

ନାହିଁ ସେହି ଦିନ         ଖେଳ ତ ପୁରୁଣା

        ମୋବାଇଲ ଦରକାର ll


ମୋବାଇଲ ଗେମ        କାଟୁନ ଦେଖିବା

         ଖେଳ ଆଜିର ଦିନର

ନାହିଁ ସ୍ନେହ ପ୍ରୀତି        ପୁରୁଣା ଖେଳରେ

         ଖେଳ ହୁଏ ହତାଦର ll


ଏବେ ପାଠପଢା          ସକାଳ ସଞ୍ଜରେ

         ଟିଉସନ ପ୍ରୀତି ଘାରେ

ପାଠର ନାମରେ         ପିଲାଙ୍କ ସମୟ

         ପିଲାବେଳ ସବୁ ସରେ ll


ପ୍ଲେ ବିଦ୍ୟାଳୟରେ        ଖେଳନ୍ତି ପିଲାଏ

          ପଇସାର ବଡ ଖେଳ

ଦରକାର ନାହିଁ          ଗ୍ରାମର ଦାଣ୍ଡକି

         ସାଙ୍ଗ ସାଥି ସବୁ ମେଳ ll


ସାଙ୍ଗ ସାଥି ଖେଳ        ବାଲ୍ୟ ସମୟର

         ଭବିଷ୍ୟତ ଭାଇଚାରା

ସମାଜ ଗଠନେ          ହୁଏ ଦରକାର

         ସମସ୍ତେ ବୁଝିବା ପରା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational