ଗାଆଁ
ଗାଆଁ
ମନରେ ଉଦବେଗ ହୃଦୟେ ଉଲ୍ଲାସ
ଗାଆଁର ଉନ୍ନତି ଦେଖି,
ଦୀର୍ଘ ବର୍ଷ ପରେ ଗାଆଁ ଓ ଗାଆଁରେ
ପଡ଼ିଛି ନେତାଙ୍କ ଆଖି।
ସବୁ ସୁବିଧାରେ ପରିପୂର୍ଣ୍ଣ ଗାଆଁ
ଗ୍ରାମେ ଆବଶ୍ୟକ ଯାହା,
ପ୍ରାପ୍ୟ ଆଧିକର ମିଳୁଛି ଗରୀବେ
ବ୍ୟାଙ୍କ ଖାତାଏବେ ରାହା।
ନାହିଁ ଭ୍ରଷ୍ଟାଚାର ଡିଜିଟାଲ ପରା
ନାହିଁ ଭ୍ରଷ୍ଟାଚାରୀ କାହିଁ?
ଛାତ ଘର ଏବେ ନିର୍ମାଣ ଗାଆଁରେ
ଗ୍ୟାସ୍ ଚୁଲା ପୁଣି ତହିଁ।
ରାସ୍ତା ଘାଟ ଏବେ ପକ୍କା ହେଉ ଅଛି
ବିଜୁଳି ଆଲୋକ ଘରେ,
ଟଙ୍କା କିଲୋ ଏବେ ଚାଉଳ ମିଳୁଛି
ନାହିଁରେ ଅଭାବ କାରେ।
ରାମ ରାଜ୍ୟ କିରେ ଦିଶୁଛି ଗାଆଁରେ
ନାହିଁ ଅଶିକ୍ଷିତ କେହୁ,
ଗାଆଁର ଭାରତ ପ୍ରଗତି କରୁଛି
ଗର୍ବିତ କରୁଛି ଏହୁ।
ନ୍ୟାୟର ଶାସନ ଦେଶରେ ଚାଲିଛି
ନାହିଁ କାହିଁ ଭେଦଭାବ,
ନାହିଁ ଜାତିପ୍ରଥା ରାଷ୍ଟ୍ରର ବିକାଶେ
ଜନେ ଗୁଞ୍ଜେ ସମଭାବ।
ଆତ୍ମନିର୍ଭରଟି ମନ୍ତ୍ର ଏବେ ରାଷ୍ଟ୍ରେ
ବିଶ୍ବାସ ହୁଏ ସଞ୍ଚାର,
ଆତ୍ମନିର୍ଭରଟି ଗାଆଁ ମଧ୍ୟ ହୁଏ
ଧ୍ୟାନ ରଖେ ସରକାର।
କର୍ତ୍ତବ୍ୟେ ଭୂଷିତ ଦେଶର ପ୍ରଧାନ
ଦିନରାତି କର୍ମପଥେ,
ହେଉ ଶକ୍ତିଶାଳୀ ଦେଶ ଟି ଆମର
କାର୍ଯ୍ୟ ତାଙ୍କ ଜନହୀତେ।
ବିଶ୍ବରେ ସୁନାମ ଉଡୁଛି ରାଷ୍ଟ୍ରର
ଶୁଣୁଛନ୍ତି ଆମ କଥା,
କିବା ବିଶ୍ବଗୁରୁ ହୋଇଲା ଭାରତ
ବିଶ୍ବେ ଗୁଞ୍ଜେ ରାଷ୍ଟ୍ର କଥା।
ଆନନ୍ଦ ଖୁସିରେ ଦେଶର ଜନତା
ଗାଆଁ ଗାଆଁ ଉତ୍ସାହିତ,
ନ୍ୟାୟ ସତ୍ୟ ତ୍ୟାଗ ଧର୍ମ ଆବିର୍ଭାବ
ପ୍ରେମ ଶ୍ରଦ୍ଧା ଜନ ହୀତ।
ରାଷ୍ଟ୍ରର ସଂସ୍କୃତି ସନ୍ଦେଶ ଦେଉଛି
ବିଶ୍ବ ଏକ ପରିବାର,
ସୁଖ ଓ ସମୃଦ୍ଧି ମିଳୁ ଜନତାଙ୍କୁ
ଆଦର ହୁଏ ତାହାର।
ପ୍ରଭୁ ପ୍ରତି ଭକ୍ତି ଗାଆଁ ନିରନ୍ତର
ମନ୍ଦିର ହୁଏ ସଜ୍ଜିତ,
କୃଷ୍ଣ ରାମ ନାମ ଗୁଞ୍ଜୁଛି ଗାଆଁରେ
କାଳିଆ ଭକ୍ତି ଗୁଞ୍ଜିତ।
ଶଙ୍ଖଧ୍ବନୀ ଶୁଭେ ଦିବାରାତ୍ର ନିତ୍ୟେ
ହୁଳହୁଳି ଶବ୍ଦ ତହିଁ,
ଲକ୍ଷ୍ମୀ ଆଶିର୍ବାଦ ହୋଇଛି ଗାଆଁରେ
ହୁଏ ଲକ୍ଷ୍ମୀପୂର୍ଣ୍ଣ ଯହିଁ।
କୋଇଲିର ଧ୍ବନି ମନ ମୋହୁ ଅଛି
ଭ୍ରମର କରେ ଝଙ୍କାର,
ମଳୟ ପବନ ଧିରେ ଧିରେ ବୁହେ
ଦିଶୁଛି ଗାଆଁ ସୁନ୍ଦର।
ଗଛପତ୍ର ଲତା ପୁଷ୍ପ ଗନ୍ଧ ଧରି
ସୁଗନ୍ଧ ପବନ ତହିଁ
ପୁଷ୍ପ ଗନ୍ଧ ଦିଏ ସୁଗନ୍ଧ କରିଣ
ତାର ପଟାନ୍ତର କାହିଁ।
ଅତୀତ କଥାକୁ ଭୁଲି ଗାଆଁ ଜନ
ସହଭାଗୀ ରାଷ୍ଟ୍ର କାର୍ଯ୍ୟେ,
ଉନ୍ନତି ପଥରେ ପଥଗାମୀ ସର୍ବେ
ଲାଗିଛନ୍ତି ଗୃହ କାର୍ଯ୍ୟେ।
କିପରି ହୋଇବେ ଆତ୍ମନିର୍ଭରଟି
ହୁଏ ମନ ଉଦବେଗ,
ହୋଇଣ ନିର୍ଭୀକ ନିଜ କର୍ମ କ୍ଷେତ୍ରେ
ଦିଅନ୍ତୁ ରାଷ୍ଟ୍ରେ ସୌଭାଗ୍ୟ।
