ଗାଆଁ
ଗାଆଁ
ସବୁଠୁ ସୁନ୍ଦର ସବୁଠୁ ଆପଣା
ଏଇ ମୋର ପ୍ରିୟ ଗାଆଁ
ଜନମ ହୋଇଲି ତାହାରି କୋଳରେ
ରଖିବି ତାହାରି ନାଆଁ ll
ଏନ୍ତୁଡ଼ିଶାଳର ପ୍ରଥମ ପରଶ
ଏଇ ଗାଆଁ ମାଟି କୋଳେ
ଚତୁଃର୍ଦିଗ ସାରା ସୌଦର୍ଯ୍ୟରେ ଭରା
ସବୁଜିମା ରାଜି ଖେଳେ ll
ତା ' ଚାରି ପାଖରେ ସବୁଜ ଅରଣ୍ୟ
ପାହାଡ଼ ପଡିଆ କେତେ
ସୁବର୍ଣ୍ଣ ଫସଲ ଦିଶଇ ସୁନ୍ଦର
ଆମରି ଗାଆଁର କ୍ଷେତେ ll
ତା' ପଞ୍ଚଭୂତରେ ଗଢ଼ା ମୋ ଶରୀର
ତା' ବାୟୁ ନିଃଶ୍ୱାସେ ବହେ
ତାହାରି ଶିକ୍ଷାରେ ଶିକ୍ଷିତ ମୁଁ ଆଜି
ତାହାରି ଭାଷା ମୁଁ କହେ ll
ତାହାରି ପାଣିରେ ରକତର ଧାର
ଶରୀରେ ମୋ ସଂଚରିତ
ତା' ଦତ୍ତ ଆହାର କରି ମୁଁ ଭକ୍ଷଣ
କରୁଛି ମୁଁ ବିଚରିତ ll
