STORYMIRROR

Jasoda Majhi

Children

3  

Jasoda Majhi

Children

ଗାଆଁ

ଗାଆଁ

1 min
127

ସବୁଠୁ ସୁନ୍ଦର ସବୁଠୁ ଆପଣା

ଏଇ ମୋର ପ୍ରିୟ ଗାଆଁ 

ଜନମ ହୋଇଲି ତାହାରି କୋଳରେ

ରଖିବି ତାହାରି ନାଆଁ ll


ଏନ୍ତୁଡ଼ିଶାଳର ପ୍ରଥମ ପରଶ

ଏଇ ଗାଆଁ ମାଟି କୋଳେ 

ଚତୁଃର୍ଦିଗ ସାରା ସୌଦର୍ଯ୍ୟରେ ଭରା

ସବୁଜିମା ରାଜି ଖେଳେ ll


ତା ' ଚାରି ପାଖରେ ସବୁଜ ଅରଣ୍ୟ

ପାହାଡ଼ ପଡିଆ କେତେ 

ସୁବର୍ଣ୍ଣ ଫସଲ ଦିଶଇ ସୁନ୍ଦର

ଆମରି ଗାଆଁର କ୍ଷେତେ ll 


ତା' ପଞ୍ଚଭୂତରେ ଗଢ଼ା ମୋ ଶରୀର

ତା' ବାୟୁ ନିଃଶ୍ୱାସେ ବହେ 

ତାହାରି ଶିକ୍ଷାରେ ଶିକ୍ଷିତ ମୁଁ ଆଜି

ତାହାରି ଭାଷା ମୁଁ କହେ ll


ତାହାରି ପାଣିରେ ରକତର ଧାର

ଶରୀରେ ମୋ ସଂଚରିତ 

ତା' ଦତ୍ତ ଆହାର କରି ମୁଁ ଭକ୍ଷଣ

କରୁଛି ମୁଁ ବିଚରିତ ll 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children