STORYMIRROR

Prabhanjana Tripathy

Abstract Others

3  

Prabhanjana Tripathy

Abstract Others

ଏଠି

ଏଠି

1 min
408


ବିଲୁଆକୁ ନୀଳ ବୋଳିଦେଇ,

ବନାନୀରେ କଲେ ରାଜା,

ତିନି ମହଲା କୋଠା ବାଡେଇକି,

ଘର କୋଣେ ଛତୁ ଗଜା ll


ମହାଜ୍ଞାନୀ ପଣ,ଟଙ୍କାର ଶରଣ,

ମରଣକୁ ଜିଣେ ମୂର୍ଖ,

ମର୍ତ୍ୟୁଞ୍ଜୟୀ ହୁଏ କାରାଗୃହ ବାସୀ,

ରାଜ୍ ଗାଦୀ ଚଢ଼େ ଧୁର୍ତ୍ତ ll


ଆପଣା କୁ ତୁଛ' ଅଚିହ୍ନା କୁ ଖଟ,

ବିଲାତରୁ ଆସି ଆଳୁ,

ବ୍ୟାଧି ଗ୍ରସ୍ତ କରି , ଡାକ୍ତର ପୋଷିଲା,

ଦେଶ ଜ୍ଞାନୀ ହେଲେ ମଲୁ ll


ଯିଏ ଶୋଷି ନେଲା , ଲହୁ ଚୁଚୁମି,

କଲା ଲଂଗଳା ଦେଶ,

ତା'ପାଠ ତା'ଜ୍ଞାନ ଉନ୍ନତ ହୋଇଛି,

ଆଉ ବା କରିବା କିସ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract