STORYMIRROR

DHARITRI SAHU

Inspirational

4  

DHARITRI SAHU

Inspirational

ଏଠି ଇଶ୍ଵର ଅଛନ୍ତି

ଏଠି ଇଶ୍ଵର ଅଛନ୍ତି

1 min
400

ବଦଳୁଛି ସମୟ,

ବଦଳିଗଲା ସବୁ କିଛି,

ଏକୁ ବିଶ୍ଵାସ ନକରି 

ଉପାୟ ବା କ'ଣ ଅଛି।

ସମୟ ବଦଳୁ -ହେଲେ

ବିଶ୍ଵାସ ନ ଭାଙ୍ଗୁ,

ହୃଦୟ କ୍ଷତାକ୍ତ ନ ହେଉ,

ରାସ୍ତା କଣ୍ଟକିତ ନ ହେଉ,

ଅନ୍ତଚିରା ସମ୍ପର୍କ ଅଚିହ୍ନା ନ ହେଉ।

ରାସ୍ତାରେ ଚାଲୁଥିବା ମଣିଷ ଗୁଡା

ଜୀବନ୍ତ ଶବ ନ ପାଲଟନ୍ତୁ,

ପରସ୍ପର କୁ ଦେଖି 

ଭୁତ ଦେଖିଲା ଭଳି

ଆର୍ତ୍ତ ଚିତ୍କାର ନ ଛାଡ଼ନ୍ତୁ ।

ସାମ୍ନା ହେଲେ 

ମିଛି ମିଛିକା ଅନ୍ଧର 

ଅଭିନୟ ନ କରନ୍ତୁ,

ଅନ୍ୟକୁ ଠକିବା ଆଳରେ

ବାପା କହିଲେ ବାପା ଘରେ ନାହାନ୍ତି

ଶିଖାଇ ନିଜକୁ ନ ଠକନ୍ତୁ।

ତେବେ ସିନା ସମୟ ବଦଳିବାର

ସଦୁପଯୋଗ ହୋଇ ପାରିବ।

ଏଠି ଇଶ୍ଵର ଅଛନ୍ତି,

ଏଠି ବିଶ୍ଵାସ ଅଛି, 

ଭରସା ଅଛି, ଆତ୍ମନୁଭୁତି ବି ଅଛି।

ହୃଦୟର କଷ୍ଟ ଚାପି 

ସିନ୍ଧୁକ ରେ ସିନା ରଖି ଦେଇ ହେବ,

ହେଲେ ସବୁ ଦିନ ପାଇଁ

ଏକ ଚିହ୍ନ ବାହାରକୁ ଆତ୍ମପ୍ରକାଶ

କରିବା ପାଇଁ ରାସ୍ତା ଉଣ୍ଡାଳୁଥିବ।

ତେଣୁ ହେ ଆତ୍ମନ"

ସମୟ ବଦଳି ଯାଇଛି,

ବଦଳି ଯାଇଛି ସମ୍ପର୍କର ସରଳାର୍ଥ 

ସ୍ବାର୍ଥ ସର୍ବସ୍ବ ଦୁନିଆରେ

ସାରାଂଶ ଖୋଜିବାକୁ ଯାଇ

ତୁ ଯେମିତି ପାଉଁଶ ତଳର

ନିଆଁ କୁ ପଣତରେ ପୁରାଇ

ନିଜେ ନିଜର ଅସ୍ତିତ୍ବ ନ ହଜାଉ।

ଏଠି ପରା ଇଶ୍ଵର ଅଛନ୍ତି

ସେ ବଦଳି ନାହାନ୍ତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational