STORYMIRROR

Pramod Kumar Jena

Comedy

4  

Pramod Kumar Jena

Comedy

ଏତିକି ମାଗୁଣି

ଏତିକି ମାଗୁଣି

1 min
206

ଚାକିରି କରିଲି        ଜମି ବାଡି କଲି

ଏବେ ତ କିଣିଛି ଗାଡି

ଭୋଗ କରିବାକୁ      ସମୟ ପାଇନି

  କେମିତି ଯିବି ମୁଁ ଛାଡି???


ଚୁଟି କଳା କଲି       ଦାନ୍ତ ଲଗେଇଲି

ଆଣ୍ଠୁକୁ ଧରୁଛ ଯୋଡି

ସଦାବେଳେ ଯଦି       ପଛରୁ ଟାଣିବ

   କେମିତି ଚାଲିବ ଗାଡି???


ଟିକିଏ ଧାଇଁଲେ      ଛାତି ଧଡ ଧଡ

ଅଣ୍ଟାକୁ ହେଲାଣି ବାତ

ରୋଗ ବଇରାଗ   ଏତେ ଯଦି ଦେବ

    କିଆଁ ପଠେଇଲ ମର୍ତ୍ତ୍ୟ???


ତୃତୀୟ ମହଲା      ଛାତ ବାକି ଅଛି

ଅଧା ହେଇଛି ପାଚେରୀ

ଆମ୍ବଟେ ଚାଖିବି     ଗଛ ଲଗେଇଛି

ଚାରି ଧାମ ତୀର୍ଥ ସାରି


ପରଷିବ ବୋହୁ      ଘରକୁ ଆଣିଛି

ଆସିବ କେବେ ନାତିଆ

ଆଉ ଦୁଇ କୋଡି     ବୟସ ମାଗୁଛି

ଯମ ଦେବ ହୁଅ ସାହା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy