STORYMIRROR

Arun Kumar Mohanty

Inspirational

3  

Arun Kumar Mohanty

Inspirational

ଏତିକି ବୀନତି ମୋର

ଏତିକି ବୀନତି ମୋର

1 min
14.2K


କେହି ନୁହେଁ ଅସଂପୁର୍ଣ୍ଣ,

ପ୍ରଭୁଙ୍କର ଏ ବିଚିତ୍ର ସୃଷ୍ଟିରେ...

ନିଜକୁ ଅସମର୍ଥ ମଣି,

ପଥର ସାଜୁଛୁ ନିଜ ପଥରେ ।୧।


କିଛି ନୁହେଁ ଅସମ୍ଭବ,

ଥିଲେ ଦୃଢ଼ ମନୋବଳ ସାଥିରେ...

ସମ୍ଭବ ହୋଇବ ସବୁ ,

ଏଠି ଭିନ୍ନ ଭିନ୍ନ ସବୁ ପ୍ରକାରେ ।୨।


ଜିଣିବୁ ଜୀବନ ବାଜି ,

ଚାଲିଲେ ସଦା ତୁ ସତ୍ ପଥରେ..

ଲଭିବୁ ସକଳ ଶକ୍ତି ,

ସଫଳ ହେବୁ ସକଳ କାମରେ ।୩।


ସମସ୍ୟା ଆସିଲେ ପଥେ ,

ଡରିବୁନୀ ତୁ ଅଶେଷ ଦୁଃଖରେ...

ସଫଳତା ନିଶ୍ଚେ ମିଳିବ ,

ଥିଲେ ସ୍ଥିର ମନ ବୁଦ୍ଧି ଚିତ୍ତରେ ।୪।


ପିତା ମାତା ସେବା କଲେ ,

ରହିବ ସଦା ତୁମେ ସୁଖରେ...

ଜୀବନ ସାର୍ଥକ ହେବ ,

ଦେଖି ସନ୍ତୋଷ ହୋଇବେଠାକୁରେ ।୫।

" ଜୟ ଜଗନ୍ନାଥ"


Rate this content
Log in

Similar oriya poem from Inspirational