STORYMIRROR

Bijoy Jena

Classics Inspirational

3  

Bijoy Jena

Classics Inspirational

ଏତେ ବଡ଼ ପ୍ରଭୁ

ଏତେ ବଡ଼ ପ୍ରଭୁ

1 min
182


ଏଡେ ବଡ ପ୍ରଭୁ ଡକା ପଡୁଅଛି 

      ଅବେଳରେ ନାହିଁ ଦେଖା

ପତିତପାବନ ନେତ ଚାହିଁ ଚାହିଁ

      ନ ହୋଇଲେ କେହି ସଖା।

ରାତିର ଅନ୍ଧାରେ ତୋର ବଡ ଦାଣ୍ଡେ

      ଉର୍ଦ୍ଧ୍ବ ଆକାଶ କୁ ଚାହିଁ

କି ସୁନ୍ଦର ଦିଶୁ କାଳିଆ ସାଆନ୍ତ

      ଭାଷାରେ କଳନା ନାହିଁ।

ମନ ନେଇ ତୁହି ଫଳ ଦେଉଅଛୁ

     ନ ଥାଏ ତିଳେ ଅନ୍ତର

ବୁଝିବାକୁ ମୋର ଶକତି ନାହିଁ ତ

     ଶକତ ଡୋର ତୁମର।

ମଙ୍ଗଳ ମୟ ତୁ ମଙ୍ଗଳ ରେ ଆସ

     ଅମଙ୍ଗଳ କରି ଦୂର

ଭୂମି ଠାରୁ ଭୁମା ଯାହା ବା ଦେଖୁଛି

     ସବୁ ରାଜୁତି ତୋହର।

ତୋର ବଡ ପଣେ କ୍ଷମା କରିଦେବ

      ଅଧମର ହୀନ ମତି

ଜନମ ମରଣ ସୁଖ ଦୁଃଖ ସାଥି

      ତୁ ନାଥ କାଳର ଗତି।



Rate this content
Log in

Similar oriya poem from Classics