STORYMIRROR

ଦୀପଙ୍କର ଦାସ

Romance Tragedy

3  

ଦୀପଙ୍କର ଦାସ

Romance Tragedy

ଏଞ୍ଜେଲ୍ ପ୍ରିୟଙ୍କା ଫେସବୁକ୍ ପ୍ରେମ

ଏଞ୍ଜେଲ୍ ପ୍ରିୟଙ୍କା ଫେସବୁକ୍ ପ୍ରେମ

1 min
257

ଆଜି କାଲି ଗୋଟେ ନୂଆ ରୋଗ ଆସିଛି

ସବୁ କିଛି ଏବେ ଅନଲାଇନ ହେଇଯାଉଛି

ଶୁଣିଥିଲି ପ୍ରେମ ହେଉଥିଲା ଅନଲାଇନ

ଏବେ ବାହାଘର ବି ହଉଛି

ଫେସବୁକ୍ ସହର ମୁଁ ବି ଗଲି

ଦେଖିଲି ଏଞ୍ଜେଲ ପ୍ରିୟା ସେଠି

ସମସ୍ତଙ୍କ ହୋସ ଉଡ଼ଉଛି

୪୯୯୯ ସାଙ୍ଗ ତାର

ଡିପି କିନ୍ତୁ କେବଳ ଓଠର ଅଛି

ଓଠ ଦେଖି ଜାଣି ହେଉଥିଲା ନିଶ୍ଚୟ ସୁନ୍ଦରୀ ଥିବ

ଫ୍ରେଣ୍ଡ୍ ରିକ୍ୱେଷ୍ଟ୍ ଦେଇଦେଲି

ଜଣା ନଥିଲା ଏସେପ୍ଟ କରିବ କି ନକରିବ

କିଛି ସମୟ ପରେ ଆସିଲା ନୋଟିଫିକେସନ୍

ମନରେ ଭରିଲା ପ୍ରେମର ଇମୋଶନ

ସାଙ୍ଗେ ସାଙ୍ଗେ ମେସେଞ୍ଜରରେ ହାଏ ଲେଖିଦେଲି

ଆଉ ଇମ୍ପ୍ରେସ କରିବାକୁ ଦୁଇ ଚାରିଟା ପ୍ରେମ କବିତା ଲେଖିଦେଲି

ତାପରେ ଦିନ ରାତି ଖାଲି ଅନଲାଇନ୍ ଆଉ ଚାଲିଲା ଚାଟିଂ

ଦିନେ କହିଲି ତୁମର ଭଲ ଫୋଟ ଗୋଟେ ଦିଅ

ଓଃ କଣ ଦେଖା ଯାଉଛମ

ଆଉ ଟିକେ ପ୍ରଶଂସା କରିଦେଲି

ପରେ ମୁଁ ତୁମକୁ ଭଲପାଏ ବୋଲି କହିଦେଲି

ଆଉ ହାର୍ଟ ବାଲା ଇମୋଜି ପଠେଇ ଦେଲି

କିଛି ଦିନ ପରେ ସେ ବି ଗ୍ରହଣ କଲେ

ଆଉ ଖୁସିରେ ହ୍ଵାଟଆପ୍ ନମ୍ୱରଟି ଦେଲେ

ସବୁବେଳେ ମୋବାଇଲ ହିଁ କରୁଥିଲି କ୍ଲିକ୍

ଫେସବୁକ୍ ଷ୍ଟୋରୀ ଆଉ ହ୍ଵାଟଆପ୍ ଷ୍ଟାଟସ୍ ସବୁ ଦେଲି ରୋମାଣ୍ଟିକ

ଏଥର ସେ ରିଚାର୍ଜ ପାଇଁ ଟଙ୍କା ମାଗିଲେ

ଆଉ ମୋ ଟଙ୍କାରେ ଫ୍ଲିପ୍ କାର୍ଟରୁ ସବୁ ସପିଙ୍ଗ କଲେ

ବାପାଙ୍କ ଦେହ ଖରାପ କହି ଅନେକ ଟଙ୍କା ବି ମାଗିଲେ

ମୁଁ କେତେ ଆଶାରେ ଭାବୁଥିଲି ଛୋଟ ଛୋଟ ପିଲା ବି କରିନେବି କେଉଁ ଏକ ଆପରୁ ଡାଉନଲୋଡ

ପରେ ଜାଣିଲି ଠକେଇ ଚାଲିଛି

ଏବେ ଦିନ ରାତି ମଦରେ ଖାଲି ଓଭରଲୋଡ।

*******

କିଛି ଦିନ ପୂର୍ବରୁ ଖବରରେ ଆସିଥିଲା ଏଞ୍ଜେଲ୍ ପ୍ରିୟଙ୍କା କଥା। କେମିତି ଜଣେ ଯୁବତୀ ଠକିଛନ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance