STORYMIRROR

Neelima Nivedita Behera

Inspirational

2  

Neelima Nivedita Behera

Inspirational

ଏଣୁତେଣୁ ୧୫

ଏଣୁତେଣୁ ୧୫

1 min
13.9K


ଭାଙ୍ଗିଛି ଭାଙ୍ଗିବି

ଭାଙ୍ଗିବାକୁ ଲାଗେ ନାହିଁ ଡର

ଡର ଖାଲି

ଭାଙ୍ଗିଯିବ ଆଉକେହି

ଯାହାକୁ ଭାବିଛି ମୁଁ ଆପଣାର !

ହାରିଛି ହାରିବି

ହାରିବାକୁ ଲାଗେନାହିଁ ଡର

ଡର ଖାଲି

ହାରିଯିବ ଆଉକେହି

କରିଛି ଯାହାକୁ ମୁଁ ନିଜର !

ନିଜକୁ ଆଇନାରେ ଦେଖେନା

ଦେଖେ ଅନ୍ୟର ଆଖିରେ

ହସକୁ ନିଜ ଓଠରେ ଆଙ୍କେନା

ଆଙ୍କେ କବିତାର ପଂକ୍ତିରେ

ଭାଙ୍ଗିଯିବା କଥା ପଡ଼ିଲା ମାତ୍ରେ

ଚାହେଁ ଉପରକୁ

ଆକାଶର ନୀଳ ନୀଳିମାକୁ

ହାତ ମାରେ ଚଟାଣରେ

ପରଖେ ମାଟିର ଦମ୍ଭିଲାପଣକୁ

ଆଖି ମୁଦି ଅନୁଭବେ

ପବନର ଶୀତଳତାକୁ

ଆଉ ଉଣ୍ଡାଳେ ନିଜ ଛାତି ତଳ

ଜାଣିବାକୁ ଅଛି ନା ନାଇଁ

ଦରମଲା ସେଇ ବିଶ୍ଵାସ...#



!!!


Rate this content
Log in

Similar oriya poem from Inspirational