STORYMIRROR

Lalit kumar Swain

Inspirational

4  

Lalit kumar Swain

Inspirational

ଏଣ୍ଡୁରି

ଏଣ୍ଡୁରି

1 min
381

ଜୀବନ, ଜଞ୍ଜାଳ  କର୍ମକ୍ଲାନ୍ତି କାଳ

   ଜଡ଼ିତ ସଭିଙ୍କ ସାଥେ

ଓଡ଼ିଶାର ପ୍ରିୟ ଏଣ୍ଡୁରି ପିଠାଟି

   ଝୁଣ୍ଟି ଗଲା ଅଧା ବାଟେ।


ପ୍ରାଚୀନ ଓଡ଼ିଆ ପ୍ରିୟ ଜଳଖିଆ

   ହରାଇଛି ଆଜି ଯଶ

ଅନାଦର ଲଭି, ଆଧୁନିକତାରେ

   ହୋଇଗଲା ଇତିହାସ।


ପ୍ରସ୍ତୁତିରେ ଲାଗେ ବିରି ଓ ଚାଉଳ

   କିମ୍ବା ପାଚିଥିବା ତାଳ

ଭକ୍ଷଣେ ଗୋଟିଏ ମେଣ୍ଟୁଥିଲା କ୍ଷୁଧା

   ହେଉ ପଛେ ଯେଉଁ ବେଳ।


କଲମ ମୁନରେ ପ୍ରସିଦ୍ଧି ଲଭିଛି

   ଖାଦ୍ୟ ସମସ୍ତ ରାଜ୍ୟର

ଓଡ଼ିଆ କଲମ କାହିଁ ଅଟକିଲା 

   କିବା କାରଣ ଏହାର?


ଓଡ଼ିଆ ପଖାଳ ଭଳି ଏ ଏଣ୍ଡୁରି

   ଜୀଇଁ ରହୁ ଏ ମରତେ

କ୍ଲାନ୍ତ ଜୀବନ ମୁଗ୍ଧ ହୋଇ ଉଠୁ

   ଓଡ଼ିଆ ଏଣ୍ଡୁରି ସାଥେ।


ସଂସଦ ଗୃହରେ ଉଛୁରି ଫୁଟିଲା

   ଆନ୍ଧ୍ର ଚାରୁପାଣି ଗନ୍ଧ

ଓଡିଶା ଏଣ୍ଡୁରି ଡେଇଁ ପାରିଲାନି

   ଘରର ଏରୁଣ୍ଡି ବନ୍ଧ।


ବିଡମ୍ବନା ଦେଖି ମ୍ରିୟମାଣ ପ୍ରାଣ

   ଦୁଃଖେ ଉତ୍କଳ ଭୂଇଁ

ସାହିତ୍ୟର ସତେ ହେଲାକି ଅଭାବ

   ସୁନ୍ଦର ଏଣ୍ଡୁରି ପାଇଁ।


ହେ..... ସାଧକ ଗଣ, ସାରସ୍ୱତ ସ୍ରଷ୍ଟା

   ଓଡ଼ିଶାର ଯଶ ଗାଇ

ଉଠାଅ କଲମ ଏଣ୍ଡୁରି ପାଇଁକି

   ବିଶ୍ଵେ ପ୍ରସିଦ୍ଧି ପାଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational