STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଏମନ୍ତ ଗେରସ୍ତ କାହିଁ

ଏମନ୍ତ ଗେରସ୍ତ କାହିଁ

1 min
381


ଶୁଣଶୁଣ ସାଆନ୍ତାଣୀ ଶ୍ରୀକ୍ଷେତ୍ର ଈଶ୍ୱରୀ

କି ଲୀଳା ଲଗାଇଛନ୍ତି ଲୀଳା ମୟ ହରି l


ବଡ଼ ଦେଉଳ ଗୁମୁଟେ ଅଣସରେ ଶୋଇ

ବାରବେଳା ଖାଇ ମାରୁଛନ୍ତି ସୁଖେ ହାଇ l


ଫୁଲୁରିତେଲରେ ଦଇତାଙ୍କ ଘଷାମୋଡ଼ା

ପଣ୍ଡା ପଢ଼ିଆରି ସର୍ବେ ଖାଇଲେଣି ତଡ଼ା l


ବିରୁଦ୍ଧେ ତୋ' ଚାଲି ଅଛି ବଡ଼ ଷଡଯନ୍ତ୍ର

ହଳଦୀମୁହିଁଟା କାନେ କାନେ ଦିଏ ମନ୍ତ୍ର l


ନଣନ୍ଦ ତୋହର ଅଟେ ନାଟ ଗୋବର୍ଦ୍ଧନ

ଦାନ୍ତ ନେଫେଡ଼ିି ହସନ୍ତି କାଳିଆ ବଦନ l


ଦେଢ଼ସୁରଟା ତ ତୋର କାଦମ୍ବରୀ ମତ୍ତ

ତାଙ୍କ କଥାରେ ତାଙ୍କର ହଅଁ ହଅଁ ମତ l


ଘୋଷଯାତ୍ରା କରିଯିବେ ମାଉସୀର ଘର

ତୁହି ଏକା ଜଗୁଆଳୀ ତାଙ୍କ ଶ୍ରୀମନ୍ଦିର l


ଏମନ୍ତ ଗେରସ୍ତ କାହିଁ ନଥିବ ସଂସାରେ

କୁଟ ରଚୁ ଥାଇ ପୁଣି ନିଜ ଭାରିଯାରେ l


ଏଥକୁ କରଣୀ ଯାହା ଚିନ୍ତା କରି ନେବୁ

ପ୍ରମାଦ ପଡ଼ିଲେ ଆଉ ମତେ ନକହିବୁ l


ଘରକଥା ତୋର ମାଆ କହିଲି ବୁଝାଇ

ଦୋଷକ୍ଷମା ସିନ୍ଧୁଜେମା କର ଦୟାବହି l


ଧନ୍ୟଧନ୍ୟ ମହାପ୍ରଭୂ ଧନ୍ୟ ତୁମ୍ଭ ଲୀଳା

ଘରଣୀ ତୁମ୍ଭର ପ୍ରଭୋ ଚଞ୍ଚଳୀ ଚଞ୍ଚଳା l

               


Rate this content
Log in

Similar oriya poem from Inspirational