Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational

3  

KRUTIBAS NAYAK

Inspirational

ଏମିତି ଜଣେ ମଣିଷ ଥିଲେ

ଏମିତି ଜଣେ ମଣିଷ ଥିଲେ

1 min
215


                                         

ଇନ୍ଦୁପୁର ଗାଆଁ କେନ୍ଦ୍ରାପଡ଼ା ଜିଲ୍ଲା ମାଟିରୁ ଜନ୍ମନେଇ,

ଆଠଗଡ଼ ରାଜା ଭଣଜା ହେଲେ ବି ରହିଥିଲେ ପୁଅହୋଇ |


ମିହିର ନାମଟି ବଦଳିଲା ପୁଣି ହୋଇଲେ ସେ ନାରାୟଣ,

ରାଜାଙ୍କ ସାଙ୍ଗିଆ ସାମନ୍ତ ମିଶିଲା ପାଇଥିଲେ ଧନ-ମାନ |


କୁଜଙ୍ଗର ଜେମା ରତ୍ନମାଳି ସାଥେ ହୋଇଗଲା ବାହାଘର,

କ୍ଷମତା ସଂପତ୍ତି ଶକ୍ତି ଶାସନରେ ଥିଲା ସବୁ ଅଧିକାର |


ଗାନ୍ଧୀ ଡାକରାରେ ପିନ୍ଧିଲେ ଖଦଡ଼ କାନ୍ଧରେ ଖଦଡ଼ ମୁଣା,

ସଭିଏଁ କହିଲେ ରଜାପୁଅ ଏବେ ହୋଇଗଲେ ବାଟବଣା |


ଗଡ଼ କୁଜଙ୍ଗରେ କାଳିଆ ପାଟରେ କଲେ ଲୁଣ ସତ୍ୟାଗ୍ରହ,

ଅନ୍ୟାୟ ଅନୀତି ଶୋଷଣ ବିରୁଦ୍ଧେ ଲାଗିଥିଲେ ଅହରହ |


ଆନ୍ଦୋଳନ କରି ଫେରାଇ ଆଣିଲେ ମତ୍ସ୍ୟଜୀବୀ ଅଧିକାର,

ସମାଜ ସେବାକୁ ଆପଣେଇ ନେଲେ ନାହିଁ ସୁଖ ଦରକାର |


ଦୂରେଇ ରହିଲେ ସୁଖ-ସମ୍ପଦଠୁଁ ଦାନରେ ରଖିଲେ ମନ,

ଏରସମାଠାରେ ମାତୃଗ୍ରାମ ଗଢ଼ି ଦେଖାଇଲେ ଜାତିପ୍ରେମ |


କୁଜଙ୍ଗର ଗାନ୍ଧୀ ନାମେ ପରିଚିତ ବୀରବର ନାରାୟଣ,

ଅସହାୟ ଦୁଃଖୀ ଗରିବଙ୍କ ପାଇଁ କାନ୍ଦିଲା ତାଙ୍କର ପ୍ରାଣ |


ବିଧାନ ସଭାରେ ସଭ୍ୟ ହୋଇଲେ ସେ ନିରପେକ୍ଷ ଥିଲା ଗୁଣ,

ବାଚସ୍ପତି ପଦ ଅଳଙ୍କୃତ କଲେ ରଖି ନିଜ ଟାଣ ପଣ |


ଏମିତି ମଣିଷ ମିଳିବେ କି କାହିଁ ସବୁଥାଇ କିଛି ନାହିଁ,

ଅସଲ ମହାତ୍ମା ସଚ୍ଚା ଗାନ୍ଧିବାଦୀ ଆସିଥିଲେ ଆମପାଇଁ |


ଦିନ ଚାଲିଗଲା ସବୁ ଭୁଲିଗଲେ ଇତିହାସେ ନାହିଁ ନାମ,

ଜାତିପ୍ରେମୀ ଯେତେ ଥରେ କହିଦେବା ଧନ୍ୟ ତୁମେ ନାରାୟଣ |



Rate this content
Log in

Similar oriya poem from Inspirational