STORYMIRROR

Gangotri Priyadarshini

Inspirational

4  

Gangotri Priyadarshini

Inspirational

ଏମିତି ଜୀବନ

ଏମିତି ଜୀବନ

1 min
187


କରୋନା ବ୍ୟାଧି ବିଶ୍ଵ ପ୍ରଗତି

ମନ୍ଥର କରି ଦେଲା

ଅଜଣା ଏଇ ରୋଗ ଦାଉରେ

ଜୀବନ ବିକଳ ହେଲା ।।


ଧନୀ ଗରିବ ସଭିଙ୍କୁ ଦେଲା

କଠୋର ରୋଗ ଶୋକ

କର୍ମ ହରାଇ ଘର ମୁଖିଆ

ପେଟେ ଲୁଚାଏ ଭୋକ ।।


ଡାକ୍ତର ଏଠି ସାଜି ଈଶ୍ୱର

ସେବା କରଇ ରୋଗୀ

ମଠ ମନ୍ଦିରେ ତାଲା ପଡିଛି

ଗୃହୀ ହେଲାଣି ଯୋଗୀ ।।


ସ୍ଵଗୃହେ ରହି ଜୀବନ ରକ୍ଷା

କରଇ ଦେଶବାସୀ

ଜୀବନ ନିଆ ରୋଗ ର ଦାଉ

ଦୂର ହୋଇଛି ପ୍ରତିବେଶୀ ।।


ଈଶ୍ୱର ପାଦେ ଅନୁନୟ ହୋଇ

କରିବା ଆମେ ଅଳି

ଯେତେ ଆସୁଛି ରୋଗ ବିଶ୍ୱକୁ

ଦୂରେଇ ଦେବା ମିଳି ।।







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational