STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ଏମିତି ହେଉ ଜୀବନ

ଏମିତି ହେଉ ଜୀବନ

1 min
291


କେମିତି ଜୀବନ କହ କେମିତି କେମିତି

ହଳାହଳ ବିଷ ମୁଖେ ରଖୁଛି କାହିଁକି।


ନିତି ଗଢି ନିତି ଭାଙ୍ଗେ ସ୍ଵାର୍ଥ ଭରି ହୃଦେ

ମୁଖେ ରାମନାମ କୁକର୍ମରେ ଲିପ୍ତ ବାଦେ।


ଅଢେଇ ଦିନ ଜୀବନ ଆସିଛେ ସଂସାରେ

ଆସନ୍ତା କାଲି ଭରସା ନାହିଁ ଜୀବନରେ।


ଲୋଭମୋହ ସ୍ଵାର୍ଥ,ହିଂସା,ଇର୍ଷା ଭାବ ନେଇ

ସଦା ଯୁଦ୍ଧେ ମାତିଥାଏ ସଜ୍ଜନ ସେ ହୋଇ।


ହିଂସ୍ର ପ୍ରାଣୀ ବ୍ୟାଘ୍ର ଠାରୁ ହିଂସ୍ର ସେ ଆହୁରି

ଦେହସାରା ବିଷ ବୋଳେ ନିଜେ ନିଜ ବଇରୀ।


ରାମାୟଣ ଭାଗବତ ଗୀତା ମହାଭାରତ

ଚିନ୍ତେ ନାହିଁ ଦିନେ ଦଣ୍ଡେ ତୋତେ ଜଗନ୍ନାଥ।


ସୁଖ ପଛେ ଧାଇଁ ଧାଇଁ ବୋଝ ଯେ ପାପର

ନିତି ବୋହି ଡୁବେ ନିଜେ ଦୋଷ ଆଉ କାହାର।


ଦିଅ ପ୍ରଭୁ ମଣିଷକୁ ବୁଦ୍ଧି ସଦଜ୍ଞାନ 

ଦୟାକ୍ଷମା ସ୍ନେହ ପ୍ରେମ କରୁ ଆଭୂଷଣ।


ହୃଦେ ସ୍ମରଣ କରୁ ସେ ରାମକୃଷ୍ଣ ନାମ

ସେ ନାମ ହୃଦରେ ଧ୍ୟାୟୀ କରୁ ସତ୍ୟକର୍ମ।


ଜୟ ରାମ ଜୟ ରାମ ଜୟ ଶ୍ରୀରାମ

ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ ହରେରାମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational