ଏକଥା କାହିଁକି ହୁଅନ୍ତା
ଏକଥା କାହିଁକି ହୁଅନ୍ତା
ବାପାଙ୍କର ମୁଣ୍ଡ ଚନ୍ଦା ହୋଇଯାଏ
କାରଣ ହେଉଛି ଟେନସନ
ପୁଅଟିର ମୁଣ୍ଡ ଚନ୍ଦା ହୋଇଯାଏ
କାରଣ ହେଉଛି ଫେସନ..
ସାତସିଂଆ ଲୁଗା ବାପା ପିନ୍ଧୁଛନ୍ତି
କାରଣ ହେଉଛି ବୋଝ
ଫେସନରେ ପୁଅ ଚିରଫଟା ପିନ୍ଧେ
ଜମା ଲାଗୁନାହିଁ ଲାଜ.....
ଡ଼ନଲପ ଗଦିରେ ମାଇପ ଶୋଉଛି
ମାଆ ମାଜୁଅଛି ବାସନ
ଶାଶୁ କହୁଅଛି ମୋ ଘଇତା ଭଲ
ଶାଶୁ ଦେଉଅଛି ଟେନସନ....
ବାପା ମାଆ ଆଜି ଅଲୋଡ଼ା ହୋଇଲେ
ମାଇପଟା ଯେବେ ଆସିଲା
ବାପା ମାଆ ସବୁ ବୃଦ୍ଧାଶ୍ର
ମ ଗଲେ
ପୁଅ ଯେବେ ବାହା ହୋଇଲା,
ବାପା ମାଆ ଯେବେ ବୃଦ୍ଧାଶ୍ରମେ ଯାଏ
ପୁଅ ହିଁ ଦୋଷୀ ହେଉଛି
ବୋହୁ ହିଁ ମୁଖ୍ୟ ଦୋଷୀ ଅଟେ
କାରଣ ବୁଝେଇ କହୁଛି,
ବିବାହ ପୂର୍ବରୁ ପୁଅଟି ଥାଏ
ବାପା ମାଆଙ୍କର ଗେଲ୍ହା
ସତକଥା ଟିଏ କୁହ ଆହେ ବନ୍ଧୁ
ଏମିତି କେମିତି ହେଲା,
ଜ୍ଞାନୀ ଗୁଣି ମାନେ କଥାକୁ ବୁଝିବେ
କଥାର ମରମ କଥା
ନାରୀ ଟିଏ ଯଦି ବିରୋଧ କରନ୍ତା
ଏକଥା କାହିଁକି ହୁଅନ୍ତା ।