STORYMIRROR

Jayashree Maharana

Inspirational Others

4  

Jayashree Maharana

Inspirational Others

ଏକତାର ଦେଶ

ଏକତାର ଦେଶ

1 min
365

ଏକତାର ଦେଶ ମୋ ' ଭାରତ ବର୍ଷ

ସର୍ବ ଧର୍ମ ,ଭାଷା ମିଳନସ୍ଥଳ

ସର୍ବ ଓଠେ ହସ  କରିଥାଏ ବାସ

ଶାନ୍ତି ପ୍ରୀତି ମୈତ୍ରୀ ଆମରି ବଳ ।


ଆଲ୍ଲା,ଯୀଶୁ,ରାମ ଭିନ୍ନ ଭିନ୍ନ ନାମ

ଈଶ୍ୱରଙ୍କ ପାଇଁ ହୃଦୟେ ଭକ୍ତି

ସେବା,ଦୟା,ଦାନ ସଭିଙ୍କର ଗୁଣ

ଗାଉଥାନ୍ତି ସଦା ପୂଣ୍ୟର ଗୀତି ।


ବେଶପୋଷାକରେ ଖାଦ୍ୟ ପାନୀୟରେ

ଭିଭିନ୍ନତା ଯେତେ ପରିଲକ୍ଷିତ

ଭାଇଚାରା ଭାବ ହୋଇନି ଅଭାବ

ଭାଇ ପାଇଁ ଭାଇ ଝରାଏ ରକ୍ତ ।


ଐତିହ୍ୟ ସଂସ୍କୃତି ଶିଳ୍ପୀକୁଳ କୀର୍ତ୍ତି

ବିଶ୍ୱ ଦରବାରେ ସୁପରିଚିତ

ସାହିତ୍ୟର ଦାନ ପୋଥି ଓ ପୁରାଣ

ମହାନତା ଭରା ଚିର ପବିତ୍ର ।


ପରବ ପର୍ବାଣୀ   ମନ ନିଏ ଜିଣି

ସୌହାର୍ଦ୍ଦ୍ୟର ରଙ୍ଗ ହୃଦୟେ ବୋଳେ

ଅତୀବ ସୁନ୍ଦର  ଭାରତ ମାଆର

ଚରଣରେ ମୋର ପ୍ରଣତି ଢାଳେ ।


Rate this content
Log in

Similar oriya poem from Inspirational