STORYMIRROR

Nrusingha Narayan Tripathy

Inspirational Others Children

4  

Nrusingha Narayan Tripathy

Inspirational Others Children

ଏକତା ହିଁ ବଳ

ଏକତା ହିଁ ବଳ

1 min
405


ମଣିଷ ଅଟଇ ସାମାଜିକ ପ୍ରାଣୀ

ସମାଜରେ ତାର ବାସ

ଏକତା ଭାବରେ ବନ୍ଧା ନର ନାରୀ

ଏକଲା ସଭିଙ୍କ ଦାସ ll


ଏକତା ଫାଶରେ ରହିଲେ ମଣିଷ

ପରାଧୀନ ନ ଆସିବ

ସ୍ୱାଧୀନ ଭାବରେ ରହିବାକୁ ହେଲେ

ଜାଗରେ ଭାତୃତ୍ୱ ଭାବ ll


ଏକତା ହିଁ ବଳ ଏହାର ପ୍ରମାଣ

ଇତିହାସୁ ଆମେ ଜାଣୁ

ପରାଧୀନ ଦେଶ ହୋଇଲା ଆମର

ଏକତାର ଅଭାବରୁ ll


ଜାତୀୟ ସଂହତି ଜାତୀୟ ଚରିତ୍ର

ପ୍ରତିଫଳ ଏକତାର

ହିଂସାଦ୍ୱେଷ ଛାଡି ମମତା ର ଡୋରେ

ଗଢିବା ଦେଶ ଆମର ll


ବ୍ୟକ୍ତିଗତ ସ୍ଵାର୍ଥେ ଜଡିତ ମାନବ

ଇତିହାସେ ନିନ୍ଦିତ

ଟିପୁ ସୁଲତାନ ହାରିଲେ ସମର

ମିର୍ଜାଫର କଳଙ୍କିତ ll


ବିଶ୍ୱାସ ଘାତକ ପାଏନା ସମ୍ମାନ

ବିଷ ଦିଏ ବିଶ୍ୱାସର

ଏକତା ଅଭାବେ ବୀର ହାରିଥାଏ

ସମର ସେ ଜିତିବାର ll


ବିଭୀଷଣ ଭାଇ ବିଶ୍ୱାସ ରେ ବିଷ

ଦେଇଥିଲା କୋପ କରି

ତ୍ରିପୁର ବିଜୟୀ ସମ୍ରାଟ ରାବଣ

ହାରିଗଲା ଯୁଦ୍ଧ କରି ll


ଏକତାର ବଳେ ସମ୍ଭବ ହୋଇବ

ଅସମ୍ଭବ କାର୍ଯ୍ୟ ସବୁ

ପଣ୍ଡୁ ପାଞ୍ଚ ଭାଇ ଏକତାର ବଳେ

ଜିତିଲେ କୌରବଙ୍କୁ ll


ଏକତା ପାଇଁ କି ଆବଶ୍ୟକ ହୁଏ

ସ୍ୱାର୍ଥ ତ୍ୟାଗ ବଳିଦାନ

ସ୍ୱାର୍ଥହୀନ କର୍ମ ଧର୍ଯ୍ୟ ଓ ସାଧୁତା

ଏକତାର ସଦଗୁଣ ll


ସତ୍ୟ ଶାନ୍ତି ଧର୍ମେ ଭକ୍ତିର ଭାବ ରେ

ଭାତୃତ୍ୱ ର ପ୍ରକାଶିବା

ମମତା ସେନେହ ବାଣ୍ଟିକି ସଭିଏଁ

ଏକତ୍ୱ ର ଦାସ ହେଵା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational