STORYMIRROR

Jayashree Maharana

Abstract

2  

Jayashree Maharana

Abstract

ଏକତା ଗାଥା

ଏକତା ଗାଥା

1 min
3.1K

ସକଳ ବିଭବ ମଣ୍ଡିତା ଭାରତ

     ସାରା ବିଶ୍ୱେ ଥିଲା ସୁପରିଚିତ

ଯଶ ଗଉରବ ସୌନ୍ଦର୍ଯ୍ୟ ଶୋଭିତା

     ଅତିଥି ସେବାରେ ବିଶ୍ଵବିଦିତ


ଅତିଥିଙ୍କ ବେଶେ ଆସିଲେ ବିଦେଶୀ

       ବେପାର ବଣିଜ କରିବା ପାଇଁ

ଅନୁମତି ପତ୍ର ପ୍ରାପ୍ତ ହେଲାପରେ

      ଲୋଭକୁ ଏଡାଇ ପାରିଲେ ନାହିଁ


ନିରୀହ ସରଳ ହୃଦୟ ଆମର

      କବଳିତ କଲେ ଇଂରେଜ ଜାତି

ବନ୍ଧୁଙ୍କ ମୁନରେ କରିଲେ ଶାସନ

      ଜଗାଇଲେ ମନେ ଆମର ଭୀତି


ଧନ ସମ୍ପଦକୁ ବୋହି ନେଇଗଲେ

     ତୋପ ବନ୍ଧୁକରେ କଲେ ଦମନ

ଦିନୁ ଦିନ ଦେଶ ହୋଇଲା ଦୁର୍ବଳ

      ଭୋଗିଲେ ଜନତା ନାନା କଷଣ


ଦେଶବାସୀଙ୍କର ଅସହ୍ୟ ଯନ୍ତ୍ରଣା

     ଦେଖିଲେ ନୟନେ ମହାମନିଷୀ

ସ୍ୱାଧୀନତା ପାଇଁ ଭରିଲେ ପ୍ରେରଣା

     ଜାଗ୍ରତ ହୋଇଲେ ଭାରତବାସୀ


ହୋଇ ଏକଜୁଟ ଜନତା ସରବେ

     ଲଢ଼ିଲେ ସାହାସ ଶକ୍ତି ବଳରେ

କାରାବରଣକୁ ଖାତିର ନ କରି

      ଦେଶପ୍ରୀତି ଗୀତ ଗାଇ ତୁଣ୍ଡରେ


ଧୈର୍ଯ୍ୟ ଓ ସାହସ ଏକତାକୁ ଦେଖି

      ବିଦେଶୀ ଜାତିର ଭାଙ୍ଗିଲା ବଳ

ସବୁଦିନ ପାଇଁ ହୋଇଲେ ସ୍ୱାଧୀନ

     ଲଭିଲେ ଏକତା ଶକ୍ତିର ଫଳ


ଭାରତୀୟଙ୍କର ଏକତାର ଗାଥା

     ଶୁଣି ଆଚମ୍ବିତ ସାରା ଜଗତ

ଦେଶର ସମ୍ମାନ ରକ୍ଷା ପାଇଁ ଆମେ

     ସର୍ବେ ଢାଳିପାରୁ ଦେହରୁ ରକ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract