Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Inspirational

4  

Panchanan Jena

Inspirational

ଏକତା ବର୍ଦ୍ଧକ

ଏକତା ବର୍ଦ୍ଧକ

1 min
226



ରାମାୟଣ ଉପରେ ପାରାୟଣ

ପ୍ରବଚନ ଚାଲିଥିଲା

ମୂଖ୍ୟବକ୍ତା ପଣ୍ଡା ନାରାୟଣ

ବାଣୀକଣ୍ଠରୁ ଝରୁଥିଲା 


ସମବେତ ଶ୍ରୋତା ଜନତା

ଆବାଳ ବୃଦ୍ଧ ବନୀତା

ପିଇ ଯାଉଥିଲେ ନୀରବେ

ଡାକବାଜି ଯନ୍ତ୍ର କରତା ।


ଉପମା ଉପମେୟ ମଣ୍ଡିତ ଭଙ୍ଗେ

 ଶବ୍ଦ-ପଦ-ଛନ୍ଦ ମିଶ୍ରିତ 

ଲଳିତ ମଧୁର ରସ ସ୍ନିଗ୍ଧ ଉମଙ୍ଗେ

ଅମୃତ ବାଣୀ ନିସୃତ ।


ଏକା ଏକା ହେଲେ ପାଣି ବୁନ୍ଦା

ଟୋପା ଟୋପାରେ ସିମୀତ

ମିଶିଗଲେ ସାଙ୍ଗରେ ସାଗର

 ମହାସାଗର ନାମରେ ବିଦିତ ।


ଗୋଟେ ଗୋଟେ ଅଲଗା ରହିଲେ

ସୂତା ଖିଅରେ ହେବ ଟଣା

ସାଥିରେ ମିଶିଲେ ପୁଣି ବୁଣିଗଲେ

ଗାମୁଛା ଚାଦର ଶାଢୀରେ କିଣା ।


ଫର୍ଦ୍ଦ ଫର୍ଦ୍ଦ ହେଲେ ଖୋଲା କାଗଜ 

ଟୁକୁରା ମୁକୁରା ଛିଣ୍ଡା ଚଉତା

ମିଶିଗଲେ ସବୁ ସାଙ୍ଗରେ ସାଥିରେ

ପୁସ୍ତକ ନାମରେ ସର୍ବବିଦିତା ।


ଗୋଟିଏ ବାଡିକୁ ଦ୍ଭାଙ୍ଗିହେବ 

ଅତି ସହଜରେ ଭାଇ

ସବୁ ବାଡି ମିଶିଗଲେ ଜାଣ

ହେବ ନାହିଁ ବଙ୍କେଇ ।


ଏକତା ହିଁ ଜନ-ବଳ ବର୍ଦ୍ଧକ 

ସମାନତା ପରିଚାୟକ

ସଭିଙ୍କୁ ଗୁନ୍ଥିଲେ ସୂତାଖିଅକ

ଗୀତ ମୀତ ଆମୋଦଦାୟକ ।


Rate this content
Log in

Similar oriya poem from Inspirational