STORYMIRROR

Bharatabandhu Biswal

Tragedy Others

3  

Bharatabandhu Biswal

Tragedy Others

ଏକପଦୀ ବସନ୍ତ

ଏକପଦୀ ବସନ୍ତ

1 min
199


ଘରେ ବୁଢ଼ା ମାଆ ବାପାଙ୍କ 

   ଦେଖିହେଲାନି ଆଉ ଦୁଃଖ,

ଖରା ଶୀତ କାକରରୁ 

ବଞ୍ଚିବାକୁ ଲୋଡ଼ା 

ମୁଣ୍ଡ ଉପରେ ନିରାପଦ ଛାତ,

ପାରିଲା ଭଉଣୀ ଟିକୁ 

ବେଶୀ ଦିନ ରଖିହେବନି ଘରେ

ବଞ୍ଚାଇବାକୁ ଅଛି ତା ଲାଜ,

ହଁ, କେଉଁ ଏକ ସହର ଅଜଣା

ଏବେ ତାର ନୂଆ ଠିକଣା ,

ପୁଣି ମହାମାରୀ ଦାଉ ଗାଁ ଘରକୁ ଏ ଜାଏଂ ଫେରିନି ବିଚରା ବସନ୍ତ

ଦେଖାମିଳୁନି ଗହଳ ଆମ୍ବତୋଟା

କୋଇଲି କି ହଳଦୀ ବସନ୍ତ

ଶୁଭୁନାହିଁ କୁହୁସ୍ୱନ

ମଧୁ ମାସ ଗୀତ ,

ଡାକେ ପ୍ରାଣ ପିଞ୍ଜରା ଥରାଇ-

ଫେରିଆ ପ୍ରିୟ ମୋ ବସନ୍ତ ।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy