ଏକପଦୀ ବସନ୍ତ
ଏକପଦୀ ବସନ୍ତ
ଘରେ ବୁଢ଼ା ମାଆ ବାପାଙ୍କ
ଦେଖିହେଲାନି ଆଉ ଦୁଃଖ,
ଖରା ଶୀତ କାକରରୁ
ବଞ୍ଚିବାକୁ ଲୋଡ଼ା
ମୁଣ୍ଡ ଉପରେ ନିରାପଦ ଛାତ,
ପାରିଲା ଭଉଣୀ ଟିକୁ
ବେଶୀ ଦିନ ରଖିହେବନି ଘରେ
ବଞ୍ଚାଇବାକୁ ଅଛି ତା ଲାଜ,
ହଁ, କେଉଁ ଏକ ସହର ଅଜଣା
ଏବେ ତାର ନୂଆ ଠିକଣା ,
ପୁଣି ମହାମାରୀ ଦାଉ ଗାଁ ଘରକୁ ଏ ଜାଏଂ ଫେରିନି ବିଚରା ବସନ୍ତ
ଦେଖାମିଳୁନି ଗହଳ ଆମ୍ବତୋଟା
କୋଇଲି କି ହଳଦୀ ବସନ୍ତ
ଶୁଭୁନାହିଁ କୁହୁସ୍ୱନ
ମଧୁ ମାସ ଗୀତ ,
ଡାକେ ପ୍ରାଣ ପିଞ୍ଜରା ଥରାଇ-
ଫେରିଆ ପ୍ରିୟ ମୋ ବସନ୍ତ ।
