STORYMIRROR

Hasyamayee Raj

Romance

3  

Hasyamayee Raj

Romance

ଏକଦମ୍ ତମେ

ଏକଦମ୍ ତମେ

1 min
187

ସୁନ୍ଦରତା ଏକ ଭିନ୍ନ ଗଣିତ

ହିସାବ ନଥାଏ ସେଥିରେ

ବାହ୍ୟ ଚାକଚକ୍ୟ

ବେଶର ବିଭବ 

ଏହା ଆତ୍ମା ସହ ଆତ୍ମାର

ଅନ୍ତରଙ୍ଗ ଭାବ। 


ସୁନ୍ଦରତା ଭିତରେ ଥାଏ

ତୁମ ମିଠା ମିଠା ହସ

ଚୁପ୍ ଚୁପ୍ ଆଖି

ମୁକ୍ତାନିନ୍ଦି ଲୁହ

ତୁମ ମନ୍ଦ ପଦଧ୍ବନି

ନିର୍ଲିପ୍ତ, ନିର୍ଲୋଭ

ନିରବତା ମୁହଁ ।


ସୁନ୍ଦରତା ଭିତରେ ଥାଏ

ଠିକ୍ ଗୋଟେ ପଦ କଥା

ତା ଭିତରେ କେତେ ଯେ

ଅଭିମାନ ବ୍ୟଥା

ସୁନ୍ଦରତା ଭିତରେ

ଏକଦମ୍ ତମେ ଥାଅ

ତା ଭିତରେ ହଜିଯାଏ 

କେତେ ହସ

କେତେ ପୁଣି ଲୁହ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance