STORYMIRROR

GAGAN KUMAR DASH

Romance

3  

GAGAN KUMAR DASH

Romance

ଏକାନ୍ତରେ

ଏକାନ୍ତରେ

1 min
263


କିଛି ଟଣାଟଣି

ଆତୁରତାର ହୃଦୟରେ

ନିର୍ଜନ ଜନଗହଳିଠୁ ଦୂରରେ

ଏକୁଟିଆ କଥା ହେବା

ଭାରି ଭଲ ଲାଗେ

ଏକାନ୍ତ ନିର୍ଜନ ବେଳାରେ ।


ପବନୁ ବେଗ ଇଚ୍ଛା

ଆଲୋକଠୁ ଚଞ୍ଚଳ ମନ

ଫେରିଯାଏ ତୁମରି ପାଖକୁ 

ମିଶିବାକୁ ତୁମର

ଉଛୁଳା ଯୌବନର

ଗରମ ଛାତିରେ ।


ସେହି ଅତୀତ ସମୟକୁ

ଖୁବ ଇଚ୍ଛା ନେଇ

ତୁମକୁ ଖୋଜି ଖୋଜି

ଚାରି ଛକ ରାସ୍ତା କଡରେ

ପାନ ଦୋକାନ ବେଞ୍ଚରେ

କେତେ ପାନ ବିଡ଼ି ସିଗାରେଟ

ତମ ବାଡି ବୁଦା ଭିତରେ

କିଛି ହଜିଲା ଅତୀତକୁ

ଖୋଜିବା ଆଳ ରେ

ସହିଯାଏ ପଡୋଶୀଙ୍କ

କେତେ ଟାହି ଓ ଟାପରା ।


ଅସରନ୍ତି ଜୀବନର ବେଳ ସବୁ

ଇଙ୍ଗିତ କରନ୍ତି

ଦୂରରୁ ମୋତେ ଚାହିଁ

ଖାଲି ମୁରୁକି ହସନ୍ତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance