STORYMIRROR

pratap nayak

Romance

3  

pratap nayak

Romance

ଏକାନ୍ତ ବାସ

ଏକାନ୍ତ ବାସ

1 min
145

ଏକାନ୍ତ ବାସରେ ସାଇତା ପ୍ରେମଟା ଆଉଟୁପାଉଟୁ ହେଉଥିଲା

ସରମ ଛାଡିକି ମଝିଆଣି ଆସି ମରମ କଥାଟି କହିଗଲା

ଲୋ ବଉଳ

ହିନିମାନୀ ପ୍ରେମ ପରତେ ନଯାଇ ସପନ ସରାଗ ଭାଗିଂ ଦେଲା

କହନି ଏମିତି କାହିଁ ହେଲା


ପାରଉତାର କରିବନି ଆଉ

ଗହ୍ଲେଇ ହସେଇ ଖୋଇବନି ସେ ତ

ସରଗରୁ ଚାନ୍ଦ ନଆଣିକି ସିଏ 

କଣେଇ କି ଯମା ଚାହିଁବନି

କହନି ବଉଳ !

ତା' ଅଭାବରେ କଣ ରହିହେବ?

ମଝି କାନ୍ଥିନି କି ଘୋଡା ଭାବି କଣ ଚଢିହବ?

କେମିତି ରହିବ ମୋ ମାନ ମହତ 

ନିଇତି ଦାଣ୍ଡରେ ଗଡୁଥିବ ??

ସତରେ

ତା ବିନା କଣ ବଞ୍ଚିହବ???


ଲୋ ବଉଳ

ନା ଡେଇଁବି ମୁଁ ନଇକି

ନା ବେକରେ ରସିଦେବି

ଡହଳ ବିକଳେ ମରିଯିବି ସିନା 

ବାଟଚାହିଁ ବସି ଭାବୁଥିବି ନିତି

ଏକାନ୍ତ ବାସରେ ସାଇତା ପ୍ରେମକୁ ଖୋଜୁଥିବି

ଏକାନ୍ତ ବାସରେ ସାଇତା ପ୍ରେମକୁ ଖୋଜୁଥିବି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance