ଏକାକୀ
ଏକାକୀ
ମନର ଗୋଟେ ପ୍ରଶ୍ନବାଚୀ
ହୃଦୟ ବ୍ୟଥା କାହାକୁ କହିବି ?
କିଏ ବା ଶୁଣିବା
କାହିଁକି ଶୁଣିବ ?
ସମସ୍ତେ ଏଠି ବ୍ୟତିବ୍ୟସ୍ତ
କିଏ ନ ପିଇଛି ଆଖୁର ତତଲା ଲୁହକୁ
ପୁଣି ଜାବୁଡି ନ ଧରିଛି ଅକୁହା କୋହକୁ
ସମସ୍ତେ ଏଠି ସୁଖର ମୁଖାକୁ ଧାରଣ କରି
କୋହକୁ ଚପେଇ ଦିଅନ୍ତି ହୃଦୟର ନିଭୃତ କଣରେ
ଦୁନିଆ ହିଁ ସେଇଆ
ଦୁନିଆ ସୁଖର ପ୍ରତିଦାନ ମାଗେ
ଏଠି ସୁଖର ହାଟ ବସେ
ଦୁଃଖ,ବେଦନା ତ ଦୁର୍ଲଭ
କିଛି ବନ୍ଧୁଙ୍କର ଆଗରେ ବ୍ୟଥା କହିଲେ
କିଛି ମାତ୍ରେ କମ୍ ହୁଏ
ଆଉ ବାକିତକ କମ କରିବା ପାଇଁ
ଭାଗବତ ପିଣ୍ଡା ବ୍ୟତୀତ ହ୍ବାଟସେପ୍ ଗ୍ରୁପ
ଇଟା,ସିମେଣ୍ଟ ର ଚାରିକାନ୍ଥ ହିଁ ସାହା
ଆଗରୁ ନଈ, ନାଳ ,ପୋଖରୀ ତୁଠରେ
ସୁଖ ଦୁଃଖର ଆଦାନ ପ୍ରଦାନ ହେଉଥିଲା।
କିନ୍ତୁ ଆଜିତ ସୁଇଚ ଟିପିଲେ ପାଣି ବର୍ଷା
ସେଥିପାଇଁ ବୋଧେ ଲୋକେ
ଆଜି ସବୁକିଛି ଥାଇ ବି ଏକା ଏକା ।
