STORYMIRROR

pranati Mahapatra

Inspirational

3  

pranati Mahapatra

Inspirational

ଏକା କେବେ ହେବା ନାହିଁ

ଏକା କେବେ ହେବା ନାହିଁ

1 min
272


ସୃଷ୍ଟି ସମ୍ପର୍କ ଚିରକାଳ ତିଷ୍ଠି ରହିଥିଲା,

ରହିଛି ଆଉ ଆଗକୁ ରହିବ ମଧ୍ୟ।

ଆଦମ୍ ଏବଂ ଇଭଙ୍କ ସମ୍ପର୍କରେ 

ସୃଷ୍ଟି ହୁଏ ଆଦିମାନବ,

ଜୀବ ପରମର ସମ୍ପର୍କ ବିଶ୍ଵରେ

ସୃଷ୍ଟି ଭକ୍ତିର ଭକ୍ତ ଶ୍ରେଷ୍ଠ ଜୀବ।

ଶିବ ଶକ୍ତିର ସୁସମ୍ପର୍କରେ ସୃଷ୍ଟି

ଶକ୍ତିଶାଳୀ ଜୀବ,

ସଚରାଚର ଧରାରେ ଆଜି ସମ୍ପର୍କରେ

ସବୁ ହୁଏ ସମ୍ଭବ।

ପଶପକ୍ଷୀଙ୍କ ସମ୍ପର୍କରେ ବାନ୍ଧି

ହୋଇଯାଏ ସ୍ନେହ ପ୍ରେମ,

ଟିକିଏ ମମତା ବନ୍ଧନର ମୂଲ 

ଭୁଲନ୍ତିନି କେବେ ଆମ।

ପଶୁପକ୍ଷୀ ଅବା କୀଟ ତରୁଲତା

ସମ୍ପର୍କ ଡୋରରେ ବନ୍ଧା,

ସବୁ ଏକହୋଇ ରହନ୍ତି ଜଗତେ

ସତେ ଏକ ସୂତ୍ରେ ଛନ୍ଦା।

ମାତାପିତାଙ୍କର ପବିତ୍ର ସମ୍ପର୍କେ

ଉତ୍ପତ୍ତି ହୁଏ ସନ୍ତାନ,

ଆପଣା ରକ୍ତର ମୋହରେ ବନ୍ଧା

ଗଢା ସୁନ୍ଦର ଭୂବନ।

ସମ୍ପର୍କ ରଜ୍ଜୁରେ ବନ୍ଧା ହୋଇ ବନ୍ଧୁ

ସାଙ୍ଗ ଅବା ପ୍ରିୟଜନ,

ସେହି ସମ୍ପର୍କର ବାନ୍ଧି ହୋଇ ସଦା

ରଖିବା ତାହାରି ମାନ।

ସମ୍ପର୍କ କାହାର କେମିତି ହୁଅଇ

ଥାଅ ଅବା ପାଶେ ଦୂରେ,

ସାହିତ୍ୟ ଜଗତେ ସୁସମ୍ପର୍କ ରଖି

ଧାଉଁ ଆମେ ଷ୍ଟୋରିମିରରେ।

ଆମ ଏ ସମ୍ପର୍କ ସ୍ଥାପନ ହୋଇଛି

ସଦଜ୍ଞାନ ବୁଦ୍ଧି ପାଇଁ,

କୁଜ୍ଞାନ କୁବୁଦ୍ଧି ବଳେ ବଶ ହୋଇ

ଏକା କେବେ ହେବା ନାହିଁ।



Rate this content
Log in

Similar oriya poem from Inspirational