STORYMIRROR

Sandhyarani dash

Inspirational

3  

Sandhyarani dash

Inspirational

ଏକା ଏକା

ଏକା ଏକା

1 min
429

ଆସିଥିଲେ ଏକା ଯିବା ଆମେ ଏକା

ଏଇ ତ ନିୟତି ଖେଳ,

କେହି କିଛି ସଙ୍ଗେ ଆଣି ଯେ ନ ଥିଲେ

ଚାଲିଯିବା ଗଲା ବେଳେ।

ଏ ଜଗତେ ଯେତେ ଦିନ ରହିଥିବା

କରୁ ଥିବା ଭଲ କର୍ମ,

ଚାଲି ଗଲା ପରେ କିଏ ତ କହିବ

କରିଥିଲା କିଛି ଧର୍ମ।

ସଂସାରଟା ଅଟେ ମିଛ ମରୀଚିକା

କେହି ନୁହନ୍ତି କାହାର

ସଂସାର ର ବୋଝ ବୋହି ବୋହି ଆମେ

ସର୍ବଙ୍କୁ କରୁ ନିଜର।

ପାପ ପଙ୍କିଳ ଏ ମାୟା ସଂସାରରେ

ଲାଗିଲାଣି ବଡ଼ କଷ୍ଟ,

ଗଲା ବେଳେ ଆମେ ଏକୁଟିଆ ଯିବା

ଏ କଥାଟି ଜାଣ ସ୍ପଷ୍ଟ।

ହାତ ଧରି କେହି ଆଣି ଯେ ନ ଥିଲେ

ଯିବେ ନାହିଁ କେହି ସଙ୍ଗେ,

ଅଭିନୟ ଭରା ଜୀବନ ସରିଲେ

ଆପେ ବୁଲି ଯିବ ମଙ୍ଗ।



Rate this content
Log in

Similar oriya poem from Inspirational