STORYMIRROR

Sunanda Mohanty

Abstract Drama Thriller

3  

Sunanda Mohanty

Abstract Drama Thriller

ଏକା ଏକା

ଏକା ଏକା

1 min
167


ଆସିଛି ଏକା ଯିବି ଦିନେ ଏକା

ଦୁନିଆଁ ରେ ଭାରି ଭିଡ଼

ଏକା ଏକା ବଞ୍ଚିବା ଆନନ୍ଦ ନେଇ

ଶିଖର ଶିଡି ଚଢ଼ l

ଥାଆନ୍ତୁ ସମସ୍ତେ ଯେତେ କୋଳାହଳେ

ଏକତା ନଥିଲେ ନିଆଁ ରଡ଼ 

ବାଲିର ପାହାଡ଼ ବାଲିର କୋଣାର୍କପରି

ଏକା ଗଢିବାକୁ ଶବ୍ଦ ନୀଡ଼ l

ଧୋକା ମିଳିବା ସାର ଏ ପୃଥିବୀରେ ନିଶ୍ଚେ 

ଏକା ଜିଇଁବାର ଆଶା ମିନାର ଗଢ଼

ସାତରଙ୍ଗ ସ୍ବପ୍ନ ସାତରଙ୍ଗୀ ମନ ଓ ବିବେକ

ପଛରେ କାହିଁ ଦଉଡ଼ l

ସ୍ୱାର୍ଥ ସର୍ତ୍ତ ଆଉ କାମନା ନଥାଇ ସଂସାରେ

ପ୍ରେମ କଲେ ସାଜିବ ମଢ଼

ଉପଦେଶ ଦେଲେ ଅନର୍ଥ ସର୍ବଜାଣ ସର୍ବେ

ସମ୍ପର୍କ ଡ଼ିଏଁ ବନ୍ଧ ବାଡ଼ l

ଅତିଥି ଅଭ୍ୟାଗତ ରକ୍ତ ସମ୍ପର୍କ ବନ୍ଧୁତାପ୍ରୀତି 

 କାହିଁକି ମିଛରେ ଯୋଡ

ଧୂଆଁ ଧୂଆଁ, ଶୂନା ଶୂନା ମନ ମୁନ ଚୈତନ୍ୟ

ସ୍ମୃତିରେ ଅମୋଘ ଅସ୍ତ୍ର ମାଡ଼,l

କିଏ ସାତ କିଏ ସତର ପରିବାର ସମାଜେ

କୁହୁଳେ ନିଆଁ ପାଉଁଶ ରଡ଼

ଶୁନ୍ୟତା ଭିତରେ, ଅତୀତ ବିଭବ ବୈଭବ

ଭାବନା ଉର୍ଦ୍ଧକୁ ଛାଡ଼,l

ବଞ୍ଚିବାର ମୋହ ଅଛି ଯଦି କିଛି ଦିନ ପାଇଁ

ଶିଖି ଜୀବନର ଖଡା ବଡି ଥୋଡ଼

 ଗୀତା ଭାଗବତ ରାମାୟଣ ମହାଭାରତ

ଯୋଡ ହସ୍ତ ହୋଇ ପଢ଼ l

ଜୀବନର ମାନେ ଆସିଛୁ ଏକା ଯିବୁତୁ ଏକା

ବଞ୍ଚିବା ଯାଏଁ ଘୋଷା ଓଲଟାଉ କଡ଼

ଆଜିର କଢି ଫୁଟିବ କାଲି ଫୁଲଟିଏ ହୋଇ

ଟିକି ଆଶା ଓ ସ୍ବପ୍ନରେ ଉଠିବ ଝଡ଼

ଡି ଘଡି ଆଉ ଅଭିନୟ ବାକି ଏ ସଂସାରେ

ହୁଅ ଏକା ଶ୍ରେଷ୍ଠ ଫଳ ପଇଡ଼ l


Rate this content
Log in

Similar oriya poem from Abstract