STORYMIRROR

Kabiratna Nutan Kumar Behera

Tragedy Action Classics

4  

Kabiratna Nutan Kumar Behera

Tragedy Action Classics

ଏକା ଏକା ଏମିତି ହୁଅନ୍ତା କି ବଞ୍ଚି

ଏକା ଏକା ଏମିତି ହୁଅନ୍ତା କି ବଞ୍ଚି

1 min
335

  

ଏକା ଏକା ଏମିତି ହୁଅନ୍ତା କି ସଂସାରରେ ବଞ୍ଚି

କେବଳ ଶ୍ବାସ କ୍ରିୟା କରି ଆଉ ପାଣି ପିଇ

ଆଉ କାହା ପାଇଁ ହୁଏତ ହୋଇ ପାରେ ସମ୍ଭବ

କିନ୍ତୁ ମଣିଷ ଲାଗି ସର୍ବକାଳେ ଏ ଅସମ୍ଭବ

ଏକା ଏକା ଯଦି ହୁଅନ୍ତା ଆନନ୍ଦରେ ବଞ୍ଚି 

ମଣିଷ କେବେ ଗଢ଼ି ନଥାଳ୍ତା ତାର ଏ ସମାଜ

କି ବାନ୍ଧି ନଥାନ୍ତା କାହା ସହିତ ସଂପର୍କ ଡୋରି

କ୍ରମବିକାଶର ଧାରାରେ ଘଟିଛି ବହୁ ପରିବର୍ତ୍ତନ

ଜଙ୍ଗଲ ସଭ୍ୟତାରୁ ସେ ପହଞ୍ଚିଛି ଆଜି

ଚାକଚକ୍ୟ ସହରୀ ସଭ୍ୟତାର ଶୀର୍ଷ ସ୍ଥାନରେ

ଆବଶ୍ୟକତା ଅନୁସାରେ କରିଛି ଆବିଷ୍କାର

ଭୂଭାଗର ଜଳ ସ୍ଥଳରେ ବହୁ ଅଞ୍ଚଳ

ଉଦ୍ଭାବନ କରିଛି ଛୁଞ୍ଚିରୁ ଉଡ଼ାଜାହାଜ ପର୍ଯ୍ୟନ୍ତ

ଏ ଧାରା ଅଦ୍ୟାବଧି ରହିଛ ରହିବ ଅବ୍ୟାହତ

କେବଳ ବଞ୍ଚିବା ଆଉ ବଞ୍ଚାଇ ରଖିବାକୁ

ସମୂହ କଲ୍ୟାଣରେ ପାଇବାକୁ ସୁଖ ଶାନ୍ତି ତୃପ୍ତି

ସେବା ଯତ୍ନ ତ୍ୟାଗରେ ଦେଖାଇ ଅବଦାନ

କିଛି ଚାଲିଛି ସେ କଠିନ ପରିଶ୍ରମ 

ହୃଦୟରେ ରଖି ମହାନ ଲକ୍ଷ୍ୟ ଓ ଉଦ୍ଦେଶ୍ୟ 

ମାତ୍ର ଏତେ ପରିକଳ୍ପନାର ପରିପ୍ରକାଶ

କେତେ ଦୂର ହୋଇଛି ସମ୍ଭବ ଆଉ ସାର୍ଥକ 

ସବୁରି ଚିନ୍ତା ଚେତନାକୁ ଆସେ ପ୍ରଶ୍ନ ପରେ ପ୍ରଶ୍ନ

ଉତ୍ତର ଖୋଜି ତାର ହୁଏ ସେ ନିର୍ବାକ୍ 

ହଜେ ତାର ସ୍ବପ୍ନ ହରାଇ ବସେ ଆଶା ଆକାଂକ୍ଷା 

ପୃଥିବୀର ବୟସ ହିସାବ ହୁଏ ନଥି ପତ୍ରରେ

ଲେଖା ହୋଇ ରହିଯାଏ ସବୁ ଇତିହାସ

ପିଢ଼ି ପରେ ପିଢ଼ି ଆସି ଚାଲି ଯା'ନ୍ତି ସମୟାନ୍ତରେ

ମିଳିଛି କି ଶାନ୍ତି ସନ୍ତୋଷ ହସ ଖୁସି ଆନନ୍ଦ

ମଣିଷ ଗଢ଼ି ପାରିଛି କି ସରସ ସୁନ୍ଦର ଜୀବନ

ପରିସଂଖ୍ୟାନରୁ ମିଳେ ନାହିଁ ଆଶାନୁରୂପକ 

କ୍ଵଚିତକୁ ଛାଡ଼ି ଦେଲେ ସଂଖ୍ୟା ଗରିଷ୍ଠତାରେ

ପ୍ରତିଟି ମନରେ ପ୍ରାଣରେ ଅବସାଦ ଅବଶୋଷ 

ହୃଦୟରେ କୋହ ଆଉ ଆଖିରେ ଲୁହ

ତାର କାରଣ ଖୋଜି ସମାଧାନ ହୁଏ ଯେତେ

ତା'ଠାରୁ ବେଶି ବେଶି ସୃଷ୍ଟି ହୁଏ ସମସ୍ୟା

କେବଳ ନିମ୍ନ ରୁଚି ହୀନ ଆଚରଣ ପାଇଁ ସବୁ

ଯେ ପର୍ଯ୍ୟନ୍ତ ସୁସ୍ଥ ନିରପେକ୍ଷ ସାମ୍ୟବାଦୀ 

ଚିନ୍ତାଧାରାରେ ସେ ନ ହୋଇଛି ଦୃଢ଼ ପରିକର 

ଶତ ପ୍ରତିଶତ ନ ବଦଳିଛି ମାନସିକତା

ଏ ସନ୍ତୁଳିତ ଅବସ୍ଥା ଚାଲୁ ରହିଥିବ କ୍ରମଶଃ

ଏକା ଏକା ତ ବଞ୍ଚି ରହିବା ହେବ ନାହିଁ ସମ୍ଭବ

ସମାଜର ସହଯୋଗ ସାହାଯ୍ୟ ବ୍ୟତିରେକ

ସରଳପଣରେ ମଣିଷ ପିଉଥିବ ଖାଲି ଗରଳ

ଭାବୁଥିବ ଏକା ଏକା ଏମିତି ହୁଅନ୍ତା କି ବଞ୍ଚି...?

       


Rate this content
Log in

Similar oriya poem from Tragedy